ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ… ଭୋର୍ ରୁ ବନକ ଲାଗି ପରେ ଆରମ୍ଭ ହୋଇଛି ନୀତି

Netrautsaba ritual of sri jagannath

ପୁରୀ: ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ବା ନେତ୍ରଉତ୍ସବ ନୀତି ଅନୁଷ୍ଠିତ ହେବ । ଭୋରରୁ ଦତ୍ତମହାପାତ୍ର ମାନେ ଶ୍ରୀମନ୍ଦିରରେ ବନକ ଲାଗି କରିବା ପରେ ମହାପ୍ରଭୁଙ୍କର ମଙ୍ଗଳ ଆଲତି ଓ ଅନ୍ୟାନ୍ୟ ନୀତି ବଢି ଦଶାବତାର ଦିଅଁଙ୍କୁ ବାହୁଡା ବିଜେ କରାଯିବ । ତାଟି ଫିଟିବା ପରେ ଦଇତାପତି ସର୍ବାଙ୍ଗ ଓ ବନ୍ଦାପନା ନୀତି ପରେ ମହାପ୍ରଭୁଙ୍କ ନେତ୍ରୋତ୍ସବ ଅନୁଷ୍ଠିତ ହେବ । ପରେ ସନ୍ଧ୍ୟା ସାଢେ ୬ଟାରେ ନେତ୍ରୋତ୍ସବ ବଢି ରାଜନୀତି, ଯାତ୍ରାଙ୍ଗୀ ମହାସ୍ନାନ, ମଇଲମ, ଘଣ୍ଟଛତା, ସର୍ବାଙ୍ଗ ନୀତି ସମ୍ପନ୍ନ ହେବ ।

ଏହା ପରେ ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା ବେଶ ଶେଷ ହୋଇ ଗୋପାଳବଲ୍ଲଭ ଓ ଘଣ୍ଟ ଛତା ନୀତି ହେବ । ରାତି ୯ଟାରୁ ସାଢେ ଦଶଟା ଭିତରେ ଭୋଗ ମଣ୍ଡପ ଉଠିବା ପରେ ମଇଲମ ଓ ତଡପ ଲାଗି ହେବ । ଏହାପରେ ସୂର୍ଯ୍ୟପରାଗ ପାଇଁ ପାକତ୍ୟାଗ, ଅନ୍ନ ଭୋଜନ, ଓ ଦେବନୀତି ନିଷେଧ ରହିବ । ଚଳିତବର୍ଷ କୋଭିଡ୍‌ କଟକଣା ଯୋଗୁଁ ଭକ୍ତମାନେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିପାରିବେ ନାହିଁ ।

Leave a Reply