ଚାଷୀ ଆନ୍ଦୋଳନରେ ଯୁବରାଜଙ୍କ ବାପା ହିନ୍ଦୁଙ୍କ ପାଇଁ ଦେଲେ ବିବାଦୀୟ ବୟାନ, ଜନତା କଲେ ଗିରଫ ଦାବି…

1 min read

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ଆଗକୁ ଆସିଥିବା ପୂର୍ବତନ କ୍ରିକେଟର ୟୁବରାଜ ସିଂହଙ୍କ ପିତା ୟୋଗରାଜ ସିଂହ ହିନ୍ଦୁଙ୍କୁ ନେଇ ଦେଇଛନ୍ତି ବିବାଦୀୟ ବୟାନ । ୟୋଗରାଜ ସିଂହ ଚାଷୀ ଆନ୍ଦୋଳନ ସମୟରେ ଭାଷଣ ଦେବା ବେଳେ ହିନ୍ଦୁମାନଙ୍କ ବିଷୟରେ ଏମିତି ଟିପ୍ପଣୀ ଦେଇଛନ୍ତି ଯେ, ଏହାପରେ ତାଙ୍କୁ ଗିରଫ କରାଯିବା ପାଇଁ ଦାବି କରାଯାଉଛି । ତାଙ୍କ ଭାଷଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହା ଦେଖିବା ପରେ ଲୋକଙ୍କ କ୍ରୋଧ ବଢ଼ିବାରେ ଲାଗିଛି ।

https://twitter.com/HardikDodiya_/status/1334914333969580032

ୟୋଗରାଜ ସିଂଙ୍କ ଯେଉଁ ଭାଷଣ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ସେଥିରେ ସେ ପଞ୍ଜାବୀରେ ଭାଷଣ ଦେଉଥିବା ଦେଖାଯାଉଛି । ଭାଷଣ ସମୟରେ ସେ ହିନ୍ଦୁମାନଙ୍କ ପ୍ରତି ‘ଗଦ୍ଦାର’ ଶବ୍ଦ ବ୍ୟବହାର କରୁଥିବା ନଜର ଆସିଛି । ସେ କହିଛନ୍ତି ଯେ ‘ଏହି ହିନ୍ଦୁମାନେ ଗଦ୍ଦାର, ଶହେ ବର୍ଷ ପର୍ଯ୍ୟନ୍ତ ମୋଗଲ ମାନଙ୍କ ଗୁଲାମୀ କରୁଥିଲେ’। କେବଳ ସେତିକି ନୁହେଁ ୟୋଗରାଜ ମହିଳାଙ୍କ ବିଷୟରେ ମଧ୍ୟ ବିବାଦୀୟ ବିବୃତ୍ତି ଦେଇଛନ୍ତି ।

ସୋସିଆଲ ମିଡିଆରେ ଅନେକ ୟୁଜର୍ସ ୟୋଗରାଜଙ୍କ ଏହି ଭାଷଣକୁ ନିନ୍ଦା କରିଛନ୍ତି । ଏମିତିକି ଏହାକ ଘୃଣ୍ୟ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଅତୀତରେ ୟୋଗରାଜ ଅନେକ ଥର ନିଜର ବୟାନ ପାଇଁ ବିବାଦରେ ରହିଛନ୍ତି ।

Leave a Reply