ଟ୍ୱିଟର୍ କହିଲା ଜାମ୍ମୁ-କାଶ୍ମୀର ଚୀନ୍ର ! ଉପଭୋକ୍ତା କହିଲେ ଅଧିକାରୀଙ୍କୁ ଗିରଫ କର…
2 min readନୂଆଦିଲ୍ଲୀ: ଟ୍ୱିଟର ଇଣ୍ଡିଆର ଅଫିସର ମାନଙ୍କୁ ଗିରଫ କରାଯାଉ । ଏଭଳି ଦାବି ସୋସିଆଲ ମିଡିଆରେ ଏବେ ଜୋର ଧରିଛି । ମାଇକ୍ରୋବ୍ଲଗିଂ ଓ୍ୱେବ୍ ସାଇଟ୍ ଟ୍ୱିଟରକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଯାଥାଶୀଘ୍ର ଟ୍ୱିଟର ଇଣ୍ଡିଆର ଅଧିକାରୀଙ୍କୁ ଗିରଫ କରଯାଉ ବୋଲି ୟୁଜର୍ସ ମାନେ ଦାବି କରିଛନ୍ତି ।
ଟ୍ୱିଟର ପକ୍ଷରୁ ଜାମ୍ମୁ-କାଶ୍ମୀର ଏକ ସ୍ଥାନକୁ ଚାଇନାର ଅଂଶ ବୋଲି ଦର୍ଶାଯିବା ପରେ ବିବାଦ ଆରମ୍ଭ ହୋଇଛି । ଇଣ୍ଟରନେଟ୍ରେ ଟ୍ୱିଟରର ଏଭଳି ଆଚରଣକୁ ଏକ ବଡ଼ ଅପରାଧ ବୋଲି ଲୋକମାନେ ବିବେଚନା କରିଛନ୍ତି । ତେଣୁ ଯେଉଁ ଏଭଳି ଭୁଲ ପାଇଁ ଦାୟୀ ସେମାନଙ୍କୁ ତୁରନ୍ତ ଗିରଫ କରାଯିବା ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ୟୁଜର୍ସମାନେ ଦାବି କରିଛନ୍ତି ।
So @Twitter has decided to reconfigure geography and declare Jammu & Kashmir as part of People's Republic of #China . If this is not a violation of #India laws, what is? Citizens of India have been punished for far less. But US Big Tech is above the law? @nitingokhale @rsprasad pic.twitter.com/euelMvCxTy
— Kanchan Gupta (Hindu Bengali Refugee)?? (@KanchanGupta) October 18, 2020
ଟ୍ୱିଟରର ଏଭଳି ଆଚରଣ ବିରୋଧରେ ପ୍ରଥମେ ଅବଜରର୍ଭର ରିସର୍ଚ୍ଚ ଫାଉଣ୍ଡେସନ୍ (ଓଆରଏଫ)ର କାଞ୍ଚନ ଗୁପ୍ତା ଏହି ସ୍ୱର ଉଠାଇଥିଲେ । କାଞ୍ଚନ ଗୁପ୍ତା ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଥିଲେ, ‘ଟ୍ୱିଟର ଏବେ ଭୂଗୋଳ ପରିବର୍ତ୍ତନ କରିବାର ନିଷ୍ପତ୍ତି ନେଇସାରିଛି’। ଟ୍ୱିଟର ପକ୍ଷରୁ ଜାମ୍ମୁ କାଶ୍ମୀରର ଏକ ଅଂଶକୁ ଚୀନ୍ର ବୋଲି ଦର୍ଶାଯାଇଛି । ଏହା ଯଦି ଭାରତୀୟ ଆଇନ୍ର ଉଲ୍ଲଂଘନ ନୁହେଁ, ତେବେ କ’ଣ ? କ’ଣ ଆମେରିକା କମ୍ପାନୀ ଭାରତୀ ଆଇନ୍ଠାରୁ ଉର୍ଦ୍ଧ୍ୱରେ ।
No @Twitter this is not a freak happenstance. https://t.co/pGhpctaLnY
— Kanchan Gupta (Hindu Bengali Refugee)?? (@KanchanGupta) October 18, 2020
କାଞ୍ଚନ ଗୁପ୍ତା ଏଥିରେ ଟେଲିକମ୍ ଏବଂ ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ଟ୍ୟାଗ୍ କରିଛନ୍ତି । ଏହା ପରେ ଅନ୍ୟ ଟ୍ୱିଟର ବ୍ୟବହାରକାରୀମାନେ ମଧ୍ୟ ଟ୍ୱିଟର ଇଣ୍ଡିଆର ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ।
ଏକ ଲାଇଭ୍ ବ୍ରଡ୍କାଷ୍ଟରେ ଜାମ୍ମୁ-କାଶ୍ମୀରକୁ ଚୀନ୍ର ଅଂଶ ବୋଲି ଦର୍ଶଯାଇଥିବା ବିବାଦକୁ ନେଇ ଟ୍ୱିଟରର ଲୋକସମ୍ପର୍କ ଅଧିକାରୀ କହିଛନ୍ତି, ଏହା ଏକ ବୈଷୟିକ ତ୍ରୁଟି ରହିଥିଲା । ଏଥିପ୍ରତି ଆମେ ଅବଗତ ରହିଛୁ । ଏହି ଘଟଣାର ସମ୍ବେଦନଶୀଳତାକୁ ଆମେ ସମ୍ମାନ ଦେଉଛୁ । ଆମ କମ୍ପାନୀ ପକ୍ଷରୁ ଏହି ବୈଷୟିକ ତ୍ରୁଟିକୁ ଯଞ୍ଚ କରାଯାଇ ଏହାର ସମାଧାନ କରାଯାଇ ସାରିଛି ।
We became aware of this technical issue on Sunday, & understand & respect the sensitivities around it. Teams have worked swiftly to investigate & resolve the concerned geotag issue: Twitter Spokesperson on location tag in a live broadcast showing Jammu & Kashmir as part of China. pic.twitter.com/UqpCCgma1q
— ANI (@ANI) October 19, 2020
ଏହି ଘଟଣାକୁ ନେଇ ଜଣେ ଟ୍ୱିଟର ଉପଭୋକ୍ତା ସ୍ପଷ୍ଟ ଭାବରେ ଲେଖିଛନ୍ତି ଯେ, ଭାରତ ଏହି ପ୍ରସଙ୍ଗରେ ନୀରବ ରହିବା ଉଚିତ୍ ନୁହେଁ । ଟୁଇଟର ଇଣ୍ଡିଆର ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଗିରଫ କରାଯିବା ଉଚିତ୍ ।
@HMOIndia @AmitShah @rajnathsingh @DrSJaishankar @narendramodi @nsitharamanoffc ,
Please take cognizance of this serious matter and take necessary action against @TwitterIndia .
They cannot take Indian sovereignty for granted. Don't let them normalize this misadventure.— Shiva Kumar ?? (@Shivauggera) October 18, 2020