spot_img

Latest Posts

ନେତାଜୀଙ୍କ ଜୟନ୍ତୀରେ ପାଳନ ହେବ ‘ପରାକ୍ରମ ଦିବସ’

ନୂଆଦିଲ୍ଲୀ: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଜୟନ୍ତୀକୁ ‘ପରାକ୍ରମ ଦିବସ’ ଭାବେ ପାଳନ କରାଯିବ। ପ୍ରତିବର୍ଷ ସୁବାଷ ବୋଷଙ୍କ ଜନ୍ମ ଦିବସକୁ ଦେଶବ୍ୟାପୀ ‘ପରାକ୍ରମ ଦିବସ’ ଭାବେ ପାଳନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ କେନ୍ଦ୍ରସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ପ୍ରତିବର୍ଷ ୨୩ ଜାନୁୟାରୀକୁ ସୁବାଷ ବୋଷଙ୍କ ଜୟନ୍ତୀ ଦିବସ ଭାବେ ପାଳନ କରାଯାଏ। ଚଳିତବର୍ଷ ନେତାଜୀଙ୍କ ୧୨୫ ତମ ଜୟନ୍ତୀରେ ଦେଶବାସୀ ‘ପରାକ୍ରମ ଦିବସ’ ଭାବେ ପାଳନ କରିବେ। ଦେଶର କୋଣ ଅନୁକୋଣରେ ନେତାଜୀଙ୍କ ଜୟନ୍ତୀ  ପାଳନ କରାଯିବ। ଖାସ କରି ପଶ୍ଚିମବଙ୍ଗ ଓ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକଙ୍କ ସମେତ ୮୪ ଜଣ ସଦସ୍ୟ ସାମିଲ ଅଛନ୍ତି। ଏହି ମହାନ ରାଷ୍ଟ୍ର ଗଠନ ପାଇଁ ନେତାଜୀଙ୍କ ତ୍ୟାଗ ଓ ନିସ୍ୱାର୍ଥପର ସେବା ସମ୍ପର୍କରେ ଦେଶବାସୀ ମନେ ପକାଇବେ। ଏହା ଯୁବପିଢ଼ିଙ୍କୁ ବଡ଼ ବଡ଼ ବିପଦର ସାମ୍ନା କରିବାକୁ ପ୍ରେରଣା ଦେବ।

Latest Posts

Don't Miss