ନନ୍ଦିଘୋଷ ବ୍ୟୁରୋ: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ନେପାଳ । ହିନ୍ଦୁ ଧର୍ମର ଅନ୍ୟନ ଏକ ସ୍ଥାନ । ଏହି ସ୍ଥାନକୁ ଦୂର ଦୂରାନ୍ତରୁ ଲୋକ ଛୁଟିଆସିଥାନ୍ତି ବୁଲିବାକୁ  । ପ୍ରାୟତଃ ପର୍ଯ୍ୟଟକ ଆକାଶ ପଥକୁ ହିଁ ବାଛିଥାନ୍ତି  । କିନ୍ତୁ ଅପରୂପ ସୈନ୍ଦର୍ଯ୍ୟରେ ଯେତିକି ଆନନ୍ଦିତ କରିଥାଏ, ବିମାନ ଯାତ୍ରା ସେତିକି ବିପଦପୂର୍ଣ୍ଣ ରହିଥାଏ  । ୟେତି ଏୟାରଲାଇନ୍ସ ତାରା ଏୟାରର ଏକ କମ୍ପାନୀ  । ୨୦୦୪ ପରେ ୟେତି ଏୟାରଲାଇନ୍ସ ୪ଟି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି  । ଯାହା ଭିତରେ ରବିବାର ନେପାଳରେ ଘଟିଥିବା ATR 72 ପ୍ଲାଇଟ୍ ମଧ୍ୟ ସାମିଲ  । ପାହାଡୀ ଅଞ୍ଚଳର ବିପଦପୂର୍ଣ୍ଣ ସ୍ଥାନରେ ବିମାନ ଯାତ୍ରା କରିଥାନ୍ତି ଏହି କମ୍ପାନୀ  । କିନ୍ତୁ ଅନେକବାର ଏହି କମ୍ପାନୀର ବିମାନ କ୍ରାସ ହୋଇଛି  । ବିଗତ ୧୦ ବର୍ଷରେ ୨୦ ଥର ଆକାଶରେ ଜଳିଯାଇଛି ବିମାନ  ।

ହେଲେ ଏମିତି କିଛି ଘାତକ ଏୟାରପୋର୍ଟ ରହିଛି ନେପାଳରେ ଆସନ୍ତୁ ଜାଣିବା..

ଲୁକ୍ଲା ଏୟାରପୋର୍ଟ
ଏହି ଏୟାରପୋର୍ଟ କେବଳ ନେପାଳର ନୁହେଁ ବରଂ ସାରା ଦୁନିଆର ସବୁଠାରୁ ଖତରନାକ ଏୟାରପୋର୍ଟ କୁହାଯାଏ । ଏହି ଏୟାରପୋର୍ଟ ମାଉଣ୍ଟ ଏଭରେଷ୍ଟର ପାଖରେ ଅବସ୍ଥିତ । ଯେଉଁମାନେ ବିନା ଟ୍ରେକିଂରେ ମାଉଣ୍ଟ ଏଭରେଷ୍ଟ ପହଞ୍ଚିବାର ଅଛି ସେମାନେ ଏହି ଏୟାରପୋର୍ଟରୁ ସିଧା ହିମାଳୟ ଯାଇପାରିବେ । ଏହି ଏୟାରପୋର୍ଟରୁ କାଠମାଣ୍ଡକୁ ପ୍ରତିଦିନ ବିମାନ ଚଳାଚଳ ହୋଇଥାଏ । ହେଲେ ଖରାପ ପାଣିପାଗ, ଅଧିକ ବାଦଲ ହେବା, ଅଧିକ ପବନ ହେବା ସମୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହାକୁ ବନ୍ଦ କରିଦିଆଯାଏ ।

ସିମିକୋଟଏୟାରପୋର୍ଟ
ଏହି ଏୟାରପୋର୍ଟ ନେପାଳର ଏକମାତ୍ର ଏୟାରପୋର୍ଟ ଯାହା ନ୍ୟାସନାଲ ରୋଡ ନେଟୱାର୍କ ସହ ଜଡିତ ନୁହେଁ । ଏହା ୪ ହଜାର ୩୦୦ ମିଟର ଉଚ୍ଚତା ଉପରେ ଅବସ୍ଥିତ । ପଶ୍ଚିମ ନେପାଳର ଡୋପ୍ଲା ଜିଲ୍ଲାକୁ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏହା ଏଣ୍ଟ୍ରି ପଏଣ୍ଟ ଭାବେ କାମ କରେ । ଏହାକୁ ହୁମଲା ଏୟାରପୋର୍ଟ ଭାବେ ମଧ୍ୟ ପରିଚିତ । ଏହି ଏୟାରପୋର୍ଟରେ ଖୁବ କମ ସୁବିଧା ଉପଲବ୍ଧ ଥାଏ ।

ତାଲ୍ଚାଏୟାରପୋର୍ଟ
ଏହି ଏୟାରପୋର୍ଟ ନେପାଳର ମୁର୍ଗୁ ଜିଲ୍ଲାର ରାରା ରାଷ୍ଟ୍ରିୟ ଉଦ୍ୟାନରେ ଅବସ୍ଥିତ । ଏହା ନେପାଳର ଖତରନାକ ଏୟାପୋର୍ଟ ଗୁଡିକ ମଧ୍ୟରୁ ଗୋଟିଏ । ଏହି ଏୟାରପୋର୍ଟ ୨ ହଜାର ୭୩୫ ମିଟର ଉଚ୍ଚତାରେ ରହିଛି । ଏଠାରେ ଅଧିକାଂଶ ସମୟ ବରଫ ପଡିଥାଏ । ତେଣୁ ବିମାନ ଖସିବା, ଥଣ୍ଡାରେ ଇଞ୍ଜିନ ବନ୍ଦ ହୋଇଯିବା ସହ ଉଡଣା ବେଳେ ବି ଅନେକ ସମସ୍ୟା ହେବାର ସମ୍ଭାବନା ରହିଥାଏ ।

ମୁସ୍ତାଙ୍ଗ ଏୟାରପୋର୍ଟ
ଏହି ଏୟାରପୋର୍ଟକୁ ବି ନେପାଳର ଖତରନାକ ଏୟାରପୋର୍ଟ ବୋଲି କୁହାଯାଏ । ଏହା ସମୁଦ୍ର ପତନଠାରୁ ୨, ୭୩୬ ମିଟର ଉଚ୍ଚତା ଉପରେ ରହିଛି । ପାଣିପାଗ ଭଲ ରହିଥିଲେ ଏଠାରେ ବିମାନ ଉଡାଣ ଭରିଥାଏ ହେଲେ ପାଣିପାଗ ବଦଳିଲେ ବିମାନ ରଦ୍ଦ କିମ୍ବା ବିଳମ୍ବ କରାଯାଇଥାଏ । ସକାଳ ସମୟରେ ଏଠାରେ ପବନ ମଧ୍ୟ ବହିଥାଏ । ଏହାସହ ଏୟାରପୋର୍ଟ ଅଧିକାଂଶ ସମୟ ଧୂଆଁଳିଆ ରହିଥାଏ ।

ଡୋଲ୍ପା ଏୟାରପୋର୍ଟ
ଏହି ଏୟାରପୋର୍ଟକୁ ଜୁଫାଲ ଏୟାରପୋର୍ଟ ଭାବରେ ମଧ୍ୟ ଲୋକମାନେ ଜାଣିଥାନ୍ତି । ଏହା ନେପାଳର ଏକ ବିପଦପୂର୍ଣ୍ଣ ଏୟାରପୋର୍ଟ ଭାବରେ ଜଣାଶୁଣା । ଏହା ୨ ହଜାର ୪୯୯ ମିଟର ଉଚ୍ଚରେ ଅବସ୍ଥିତ । ଏହି ଏୟାରପୋର୍ଟ ନେପାଳର ଡୋପ୍ଲା ଜିଲ୍ଲାରେ ରହିଛି ।

ପୋଖରାଏୟାରପୋର୍ଟ
ଏହି ଏୟାରପୋର୍ଟକୁ ନେପାଳର ସବୁଠାରୁ ଖତରନାକ ଏୟାରପୋର୍ଟ ବୋଲି କୁହାଯାଏ । ଏହାକୁ ଏହି ବର୍ଷ ଜାନୁଆରୀ ୧ ତାରିଖରେ ଉଦଘାଟନ କରାଯାଇଛି । ଆଉ ନେପାଳରେ ଘଟିଥିବା ଏହି ଭୟଙ୍କର ବିମାନ ଦୁର୍ଘଟଣା ଏହି ଏୟାରପୋର୍ଟରେ ହିଁ ହୋଇଥିଲା । ଲ୍ୟାଣ୍ଡିଂ ହେବାର ୧୦ ସେକେଣ୍ଡ ପୂର୍ବରୁ ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା ।