spot_img

Latest Posts

ନେପାଳ-ଭାରତ ସୀମା ବିବାଦ, ମାନସରୋବର ଲିଙ୍କ୍‌ ରୋଡ୍‌ ନିର୍ମାଣକୁ ନେପାଳର ବିରୋଧ

ନୂଆଦିଲ୍ଲୀ: ଭାରତରୁ କୈଳାଶ ମାନସରୋବର ପାଇଁ ଲିଙ୍କ୍ ରୋଡ୍ ନିର୍ମାଣକୁ ନେପାଳ ବିରୋଧ କରିଛି ଏବଂ କହିଛି ଯେ ଏହି ପଦକ୍ଷେପ ଦୁଇ ଦେଶ ମଧ୍ୟରେ ଥିବା ବୁଝାମଣାର ବିରୁଦ୍ଧ ଅଟେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପିଥୋରାଗଡ-ଧର୍ଚୁଲାଠାରୁ ଲିପୁଲେଖକୁ ସଂଯୋଗ କରୁଥିବା ରାସ୍ତାର ଉଦ୍‌ଘାଟନ କରିଛନ୍ତି । ଏହି ସମୟରେ ରାଜନାଥ ସିଂ କହିଥିଲେ ଯେ, କୈଳାଶ-ମାନସରୋବରକୁ ଯାଉଥିବା ତୀର୍ଥଯାତ୍ରୀମାନେ ବର୍ତ୍ତମାନ ତିନି ସପ୍ତାହ ପରିବର୍ତ୍ତେ ଗୋଟିଏ ସପ୍ତାହରେ ଯାତ୍ରା ଶେଷ କରିପାରିବେ । ଏହି ଲିଙ୍କ୍ ରାସ୍ତା ଗିଆବାଗଡରୁ ଆରମ୍ଭ ହୋଇ ଲିପୁଲେଖ ପାସ୍, କୈଳାଶ-ମାନସରୋବର ପ୍ରବେଶ ପଥରେ ଶେଷ ହୁଏ ।

ନେପାଳ ସୀମା ମଧ୍ୟରେ କୌଣସି କାର୍ଯ୍ୟକଳାପ ନକରିବାକୁ ଭାରତକୁ କହିଛି। ନେପାଳର ବୈଦେଶିକ ମନ୍ତ୍ରଣାଳୟର କହିବାନୁଯାୟୀ, ଦୁଇ ଦେଶ ମଧ୍ୟରେ ଥିବା ସୀମା ବିବାଦ କୁଟନୈତିକ ଢ଼ଙ୍ଗରେ ସମାଧାନ ହେବ। ନେପାଳ ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଜାରି ବିବୃତ୍ତିରେ କୁହାଯାଇଛି ଯେ, ଶୁକ୍ରବାର ଲିପୁଲେଖକୁ ସଂଯୋଗ କରୁଥିବା ଲିଙ୍କ୍‌ ରାସ୍ତାକୁ ଭାରତ ଉଦ୍‌ଘାଟନ କରିଛି ଯାହାକି ନେପାଳ ସୀମ ଭିତରେ ଦେଇ ଯାଉଛି ବୋଲି ନେପାଳ ସରକାର ଜାଣିବାକୁ ପାଇଛନ୍ତି ।

ନେପାଳ ସରକାରଙ୍କ କହିବାନୁଯାୟୀ, ଏହା ସ୍ପଷ୍ଟ ଯେ ସୁଗୁଲି ଚୁକ୍ତିନାମା (1816) ଅନୁଯାୟୀ କାଳୀ ନଦୀର ପୂର୍ବ, ଲିମ୍ପିଆଡୁରା, କଳାପାଣି ଏବଂ ଲିପୁଲେଖ ନେପାଳ ସୀମା ଅନ୍ତର୍ଭୁକ୍ତ ଅଟେ । ନେପାଳ ସରକାର ପୂର୍ବରୁ ଅନେକ ଥର ଏବଂ ନିକଟ ଅତୀତରେ ମଧ୍ୟ ଭାରତ ସରକାରଙ୍କୁ ଏକ ନୂତନ ରାଜନୈତିକ ମାନଚିତ୍ର ଜାରି କରିବାକୁ ଭାରତ ସରକାରଙ୍କୁ ଅନେକ ଥର କୁହାଯାଇଛି ।

ନେପାଳ ଏହି ପଦକ୍ଷେପକୁ ଏକପାଖିଆ ବୋଲି କହିଛି । ଦୁଇ ଦେଶ ସୀମା ବିବାଦକୁ ବୁଝାମଣା ଏବଂ ସହମତି ମାଧ୍ୟମରେ ସମାଧାନ କରିବା ଉଚିତ୍‌, ଭାରତର ଏହି ପଦକ୍ଷେପ ଚୁକ୍ତି ବିରୁଦ୍ଧ । ଏହି ଜମି ବିବାଦ ଐତିହାସିକ ଚୁକ୍ତିନାମା, ଦସ୍ତାବିଜ୍‌, ତଥ୍ୟ ଏବଂ ମାନଚିତ୍ର ମାଧ୍ୟମରେ ସମାଧାନ କରିବାକୁ ଚାହୁଁଛି ନେପାଳ । ସୂଚନାଯୋଗ୍ୟ, ଏହି ରାସ୍ତାର ନିର୍ମାଣ ୨୦୦୮ରେ ଆରମ୍ଭ ହୋଇଥିଲା ଏବଂ ୨୦୧୩ ରେ ଶେଷ ହେବାର ଥିଲା । କିନ୍ତୁ ନାଜଙ୍ଗ ଠାରୁ ବୁନ୍ଦି ଗାଁ ମଧ୍ୟରେ ଥିବା କଠିନ ଅଞ୍ଚଳ ଯୋଗୁଁ କାମ ବିଳମ୍ବ ହୋଇଥିଲା ।

Latest Posts

Don't Miss