ବିମାନ ମରାମତି କରିବାକୁ ଯାଉଥିଲେ, ଉଡାଣ ଆରମ୍ଭ ବେଳେ ଜଳିଗଲା

1 min read

କାଠମାଣ୍ଡୁ: ନେପାଳରେ ବିମାନ ଦୁର୍ଘଟଣା । ୧୮ ମୃତ, ପାଇଲଟ ଗୁରୁତର । ନେପାଳର କାଠମାଣ୍ଡୁ ତ୍ରିଭୁବନ ଆନ୍ତର୍ଜତୀୟ ବିମାନ ବନ୍ଦରରେ ବିମାନଟି ଟେକଅଫ୍ କରିବା ସମୟରେ ଖସି ପଡି ଦୂର୍ଘଟଣାଗ୍ରସ୍ତ ହୋଇଛି । ୧୮ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ପାଇଲଟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସକାଳ ୧୧ଟା ୨ ମିନଟରେ ୧୯ ଆସନ ବିଶିଷ୍ଟ CZ200 ମଡେଲର ବିମାନଟି କାଠମାଣ୍ଡୁରୁ ପୋଖରା ଯାଉଥିଲା । ସୌର୍ଯ୍ୟ ଏୟାର ଲାଇନସର ଏହି ବିମାନର ଇଞ୍ଜିନରେ ଯାନ୍ତ୍ରିକ ତୃଟି ରହିଥିଲା । ଏହାକୁ ମରାମତି କରିବାକୁ ୧୮ ଜଣ ଏୟାର ଲାଇନସ ଷ୍ଟାଫ ଓ ଜଣେ ପାଇଲଟ ପୋଖରା ଯାଉଥିଲେ ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ବିମାନଟିର ଇଞ୍ଜିନରେ ଯାନ୍ତ୍ରିକ ତୃଟି ଥିଲେ ମଧ୍ୟ ଏହାକୁ ଉଡାଣ ଭରିବାକୁ  କେମିତି ଦିଆଗଲା ଅନୁମତି ? ଦୂର୍ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।