ନନ୍ଦିଘୋଷ ବ୍ୟୁରୋ : ଯେତେ ଖୋଳିବ, ସେତେ ବାହାରୁଛି ମୃତଦେହ। ନେପାଳ ଫ୍ଲାସ୍ଫ୍ଲଡ୍ରେ ମୃତ୍ୟୁସଂଖ୍ୟା ୧୨୫୦ ଟପିଛି। ଏପର୍ଯ୍ୟନ୍ତ ୪ ହଜାର ୮୭୫ ଜଣ ନିଖୋଜ ଥିବା ବେଳେ ଦିନକୁ ଦିନ ବଢ଼ିବାରେ ଲାଗିଛି ମୃତକଙ୍କ ସଂଖ୍ୟା। ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।
ଚିତୱାନ ଜିଲ୍ଲାରୁ ୩୪୮, ନୱାଲରାସି ଜିଲ୍ଲାରୁ ୨୧୮, ନୂଆକୋଟରୁ ୧୫୫, ରାସୁଆରୁ ୧୨୭ ଏବଂ ଗୋର୍ଖାରୁ ୭୦ଟି ମୃତଦେହ ଉଦ୍ଧାର ହୋଇଛି। ବର୍ତ୍ତମାନ ସୁଦ୍ଧା ମୋଟ ୫୮୩ ଜଣ ବିଦେଶୀ ନାଗରିକଙ୍କୁ ଉଦ୍ଧାର କରାଯାଇଛି। ହେଲିକପ୍ଟର ଓ ସଡ଼କ ପଥ ଯୋଗେ ପ୍ରାୟ ୧୨ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ଅଣାଯାଇଛି। ଉଦ୍ଧାର କାର୍ଯ୍ୟରେ ୨୧ ହଜାର ୩୧୪ ଜଣ ସୁରକ୍ଷାକର୍ମୀ ନିୟୋଜିତ ଅଛନ୍ତି। ସେପଟେ ନେପାଳକୁ ସହାୟତା ଯୋଗାଇଦେଇଥିବାରୁ ଭାରତ ଓ ଚୀନକୁ ଧନ୍ୟବାଦ ଜଣାଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ।

