ଭାରତ ସୁରକ୍ଷା ମଞ୍ଚ ଜାରି କଲା କଭର ମ୍ୟାପ୍: ମାନଚିତ୍ରରୁ ଧରାପଡ଼ିଲା ନେପାଳର ଷଡ଼ଯନ୍ତ୍ର

1 min read

ଭୁବନେଶ୍ୱର: ଭାରତର କିଛି ଅଞ୍ଚଳକୁ ନେପାଳ ନିଜ ମ୍ୟାପ୍‌ରେ ଦର୍ଶାଇବା ପରେ ଉଠିଛି ପ୍ରତିବାଦର ସ୍ବର । ପୂର୍ବରୁ ନେପାଳ ଡାକ ଟିକେଟ୍‌ରେ ଥିବା ମ୍ୟାପ୍‌ ଏବଂ ଏବେକାର ମ୍ୟାପ୍‌ ମଧ୍ୟରେ ପାର୍ଥକ୍ୟ ଦେଖାଇ ନେପାଳର ଅସଲ ମୁଖା ଖୋଲିବାକୁ ଉଦ୍ୟମ କରିଛି ଭାରତ ରକ୍ଷା ମଞ୍ଚ । ଏନେଇ ଭାରତ, ଚୀନ ଏବଂ ନେପାଳର ସମ୍ପୂର୍ଣ୍ଣ ମ୍ୟାପ୍‌ ଥିବା ଏକ ଡାକ ଟିକେଟ୍‌ ପ୍ରସ୍ତୁତ କରି ନେପାଳ ସମେତ ଭାରତର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ପଠାଇଛି ।

ଭାତର- ନେପାଳ ସୀମାରେ ଥିବା କାଲାପାନି ଓ ଲିପୁଲେକ୍ ଭାରତର । ୧୯୫୪ରେ ନେପାଳ ପ୍ରସ୍ତୁତ କରିଥିବା ଷ୍ଟାମ୍ପ ମ୍ୟାପ୍‌ରେ ଏହା ସ୍ପଷ୍ଟ ଦର୍ଶାଯାଇଛି । ମ୍ୟାପ୍‌ରେ କାଲାପାନିକୁ ନିଜ ଅଞ୍ଚଳ କିମ୍ବା ବିବାଦୀୟ ଅଞ୍ଚଳ ବୋଲି ଦାବି କରିନଥିଲା ନେପାଳ । କିନ୍ତୁ କିଛି ବର୍ଷ ହେଲା ଚୀନ୍ କଥାରେ ପଡି ନେପାଳ ଏହି ଅଞ୍ଚଳକୁ ନିଜର ଦାବି କରୁଛି । ଭଲକରି ଦେଖନ୍ତୁ, ଏହି ଡାକ କଭରକୁ । ଚୀନ୍, ନେପାଳ ଏବଂ ଭାରତର ସୀମା ସ୍ପଷ୍ଟ ଭାବେ ଦର୍ଶାଯାଇଛି । କିନ୍ତୁ କଲାପାନି ଏବଂ ଲିପୁଲେକ୍‌ ନିଜର ବୋଲି ନେପାଳ ଦାବି କରିବା ସହ ନିଜ ସଂସଦରେ ନୂଆ ମ୍ୟାପ୍ ପ୍ରସ୍ତୁତ କରି ମୋହର ମାରି ନେଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ଓଲି । କିନ୍ତୁ ଏହା ବାସ୍ତବରେ ଭାରତରେ ରହିଛି ଏବଂ ରହିବ ବୋଲି ଭାରତ ରକ୍ଷା ମଞ୍ଚ କହିଛି  ।

ବିବାଦ ଉଠିବା ପରେ ଭାରତ ରକ୍ଷା ମଞ୍ଚ ପ୍ରତିବାଦ କରିଛି । ଏନେଇ ମଞ୍ଚ ପକ୍ଷରୁ ଏକ ପ୍ରସ୍ତୁତ କରାଯାଇଛି ସ୍ବତନ୍ତ୍ର ଡାକ କଭର । ଏଥିରେ ୧୯୫୪ ମସିହାରୁ ପ୍ରସ୍ତୁତ ହୋଇଥିବା ମ୍ୟାପ୍ ପ୍ରଦର୍ଶିତ ହୋଇଛି । ଚୀନ୍, ଭାରତ ଏବଂ ନେପାଳର ସୀମା କେତେ ତାହା ସଂପୂର୍ଣ୍ଣ ଭାବରେ ଚିତ୍ରିତ ହୋଇଛି ।

ସୀମା ସଙ୍କେତ ନେଇ ଥିବା କିମ୍ବଦନ୍ତି କ’ଣ କହୁଛି ସେନେଇ ନେପାଳ ପ୍ରଧାନମନ୍ତ୍ରୀଙ୍କ ସମେତ ନେପାଳ ଜାତୀୟ ସଭାର ୧୦୦ ଜଣଙ୍କୁ ଏହି ଡାକ କଭର ପଠାଇଛି ଭାରତ ରକ୍ଷା ମଞ୍ଚ । ଏହାସହ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ପଠାଯାଇଛି ।

https://www.facebook.com/NandighoshaTV/videos/907083089813344/

ନେପାଳ ଦାବି କରୁଛି କି ଲିପୁଲେକ୍ ତା’ର । ୨୦୧୫ରେ ଚୀନ୍ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି ଯାଇଥିବା ସମୟରେ ଏକ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇଛି, ଯେଉଁଥିରେ ଲିପୁଲେକ୍ ପାସ୍ ମାଧ୍ୟମରେ ଏକ ବାଣିଜ୍ୟ ମାର୍ଗ ବିସ୍ତାର କରିବାକୁ ଚୀନ୍ ରାଜି ହୋଇଥିଲା । କିନ୍ତୁ ଏବେ ଲିପୁଲେକ୍‌ ନେପାଳର ବୋଲି ଚୀନ୍ ସମର୍ଥନ ଦେବା ଚୀନ୍ ଏବଂ ନେପାଳର ଷଡଯନ୍ତ୍ରକୁ ପଦାରେ ପକାଇଛି ।

Leave a Reply