ଓଲିଙ୍କ ନୂଆ ନାଟକ, ନୈନିତାଲ ଏବଂ ଡେରାଡୁନ ଉପରେ ରଖିଲେ ଦାବି

1 min read

ନୂଆଦିଲ୍ଲୀ: ଚୀନ ଇସାରାରେ କାମ କରୁଥିବା ନେପାଳ ଏବେ ପୁଣି ଏକ ବିବାଦୀୟ ଅଭିଯାନ ଆରମ୍ଭ କରିଛି । ଏହି ଅଭିଯୋନ ଦ୍ୱାରା ନେପାଳ ଏବେ ଉତ୍ତରାଖଣ୍ଡର ଡେରାଡୁନ ଏବଂ ନୈନିତାଲ ସମେତ ୟୁପି,ବିହାର ଏବଂ ସିକ୍କିମର କେତେକ ସହରକୁ ନିଜର ବୋଲି କହୁଛି । ନେପାଳର ଶାସକ ଦଳ ବା କମ୍ୟୁନିଷ୍ଟ ପାର୍ଟି Unified Nepal National Front ସହିତ ମିଶି ଏକ ଗ୍ରେଟର ନେପାଳ ଅଭିଯାନ ଆରମ୍ଭ କରିଛି ।

ଭାରତର କେତେକ ସହରକୁ ନିଜର ଦାବି କରି ୧୮୧୭ ମସିହାରେ ହୋଇଥିବା ସୁଗୌଲି ଚୁକ୍ତିର ଫଟୋ ଦେଖାଉଛି ନେପାଳ । ଏହା ମାଧ୍ୟମରେ ସେ ତା ଦେଶବାସୀଙ୍କୁ ଭ୍ରମିତ କରିବାରେ ଲାଗିଛି । ତେବେ ଏହି ଅଭିଯାନରେ ବିଦେଶରେ ରହୁଥିବା ନେପାଳ ଯୁବକମାନେ ମଧ୍ୟ ଯୋଡ଼ି ହେଉଛନ୍ତି । ଏଥିପାଇଁ ଗ୍ରେଟର ନେପାଳ ନାମରେ ଏକ ଫେସବୁକ ପେଜ୍ ଖୋଲା ଯାଇଛି । ତେବେ ନେପାଳ ଯୁବକଙ୍କ ସହିତ ପାକିସ୍ତାନୀ ଯୁବକ ମଧ୍ୟ ଭାରତକୁ ଟାର୍ଗେଟ କରୁଛନ୍ତି । ପ୍ରୋଫାଇଲରେ ନିଜ ଫଟୋ ନ ରଖି ପରବେଜ୍ ମୁଶାରଫ,ନଓ୍ୱାଜ ସରିଫ ଏବଂ ପାକିସ୍ତାନ ପତାକାର ଫଟୋ ରଖୁଛନ୍ତି ଉକ୍ତ ଯୁବକ । ୮ ଅପ୍ରେଲ ୨୦୧୯ରେ ୟୁନାଇଟେଡ ନେସନ ସଂଙ୍ଘରେ ମଧ୍ୟ ଏହି ବିଷୟ ଉଠିଥିଲା । କିନ୍ତୁ ପରେ ଏହି ଆଲୋଚନା ଥମି ଯାଇଥିଲା । ତେବେ ବିଶେଷଜ୍ଞଙ୍କ କହିବା ଅନୁସାରେ ଭାରତ ଏବଂ ନେପାଳ ମଧ୍ୟରେ ଦୂରତା ସୃଷ୍ଟି କରିବା ପାଇଁ ନେପାଳର ଶାସକ ଦଳ ଏଭଳି କାରନାମା କରୁଛନ୍ତି ।

ଚୀନ ଇସାରାରେ କାମ କରୁଥିବା ନେପାଳର ପ୍ରଧାନମନ୍ତ୍ରୀଙ୍କ ଉପରେ ଚୀନ ଠାରୁ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି । ସୂଚନାନୁଯାୟୀ ଚୀନ ସରକାର ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କୁ ମିଲିୟନ ଡଲାର୍ସର ଲାଞ୍ଚ ଦେଉଛି । ଓଲିଙ୍କ ଜେନିଭା ବ୍ୟାଙ୍କ ଆକାଉଣ୍ଟରେ ୪୧.୩୪ କୋଟି ଜମା ହୋଇଛି । ରିପୋର୍ଟ ଅନୁସାରେ କିଛି ବର୍ଷ ମଧ୍ୟରେ ଓଲିଙ୍କ ସମ୍ପତ୍ତି ଯଥେଷ୍ଟ ଗୁଣରେ ବଢିଯାଇଛି । ତେବେ ଏହା ପ୍ରଥର ଥର ନୁହେଁ ଯେତେବେଳେ ଭାରତର କେତେକ ଅଂଶକୁ ନିଜର ବୋଲି ଦାବି କରିଛି ନେପାଳ ।

Leave a Reply