spot_img

Latest Posts

ନଦୀରେ ଭାସିଗଲା ବସ୍, ୬୩ ନିଖୋଜ

ନନ୍ଦିଘୋଷ ବ୍ୟୁରୋ: ନେପାଳରୁ ଆସିଲା ଦୁଃଖଦ ଖବର । ନେପାଳରେ ଭୂସ୍ଖଳନ ପରେ ନଦୀରେ ଭାସିଗଲା ବସ୍ । ରାତି ପ୍ରାୟ ସାଢ଼େ ୩ଟାରେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି । ନେପାଳର ରାଜଧାନୀ କାଠମାଣ୍ଡୁ ଯାଉଥିବାବେଳେ ଆଞ୍ଜେଲ ଏବଂ ଗଣପତି ଡିଲକ୍ସ ନାମକ ଦୁଇଟି ବସ ତ୍ରଶୂଳୀ ନଦୀରେ ଭାସି ଯାଇଛି । ଉଭୟ ବସରେ ଡ୍ରାଇଭରଙ୍କୁ ମିଶାଇ ୬୩ ଜଣ ଥିବା ସୂଚନା ମିଳିଛି । ଗୋଟିଏ ବସରେ ୨୪ ଏବଂ ଅନ୍ୟ ଏକ ବସରେ ୪୧  ଯାତ୍ରୀ ରହିଥିଲେ । ତେବେ ୨ ଜଣ ଯାତ୍ରୀ ବସରୁ ଡେଇଁବାରେ ସଫଳ ହୋଇଛନ୍ତି । ବାକି ବସ ବସ କୌଣସି ଯାତ୍ରୀଙ୍କ ପତ୍ତା ମିଳିନାହିଁ । ବର୍ଷା କାରଣରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି ।

ଚିତଓ୍ବାନର ମୁଖ୍ୟ ଜିଲ୍ଲା ଅଧିକାରୀ ଇନ୍ଦ୍ରଦେବ ଯାଦବ କହିଛନ୍ତି, ଭୂସ୍ଖଳନ ହେବା ପରେ ବସ୍ଗୁଡିକ ରାଜରାସ୍ତାରୁ ନଦୀ ମଧ୍ୟକୁ ପଶିଯାଇଥିଲେ। ଉଭୟ ବସ୍ ଡ୍ରାଇଭରଙ୍କ ସମେତ ମୋଟ୍ ୬୩ ଜଣ ଯାତ୍ରୀ ନିଖେଜ ଅଛନ୍ତି। ଆଜି ଭୋର୍ ସମୟରେ ଏହି ଭୂସ୍ଖଳନ ହୋଇଥିଲା। ସେ କହିଛନ୍ତି, ଆମେ ଘଟଣାସ୍ଥଳରେ ଉପସ୍ଥିତ ଅଛୁ ଏବଂ ସର୍ଚ୍ଚ ଅପରେସନ ଚାଲିଛି। ଲଗାଣ ବର୍ଷା ବାଧା ସୃଷ୍ଟି କରୁଛି। ନିଖୋଜ ବସ୍ ଖୋଜିବା ପାଇଁ ପ୍ରୟାସ ଜାରି ରହିଛି। କାଠମାଣ୍ଡୁରୁ ଭରତପୁରକୁ ଯିବାକୁ ଥିବା ବିମାନ ଚଳାଚଳ ବନ୍ଦ ରହିଛି। ଘଟଣାରେ ଦୁଃଖ ପ୍ରକାଶ କରିବା ସହ ସର୍ଚ୍ଚଅପରେସନ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କଲ ଦହାଲ।

Latest Posts

Don't Miss