ଭାରତ କି ପାକିସ୍ଥାନରେ ନୁହେଁ, ନିଜ ପିଲାଙ୍କ ସହ ଏହି ଦେଶରେ ରହିବେ ଅଞ୍ଜୁ

ନୂଆଦିଲ୍ଲୀ : ପାକିସ୍ତାରେ ପ୍ରେମିକଙ୍କ ସହ ୫ ମାସ ଧରି ରହିବା ପରେ  ଭାରତ ଫେରି ଆସିଛନ୍ତି ଅଞ୍ଜୁ । ବର୍ତ୍ତମାନ ଅଞ୍ଜୁ ଦିଲ୍ଲୀରେ ଥିବା ଜଣାପଡିଛି। ଏହା ପୂର୍ବରୁ ହରିୟାଣାରେ ଥିଲେ ବୋଲି କହିଛନ୍ତି ଅଞ୍ଜୁ । ସୂଚନା ଅନୁଯାୟୀ, ଅଞ୍ଜୁ ତାଙ୍କ ପିଲାଙ୍କୁ ଭେଟିବା ପାଇଁ ପାକିସ୍ତାନରୁ ଭାରତ ଆସିଛନ୍ତି।

ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଅଞ୍ଜୁ କହିଛନ୍ତି,  ନିଜ ପିଲାଙ୍କ ସହ ଭାରତ କିମ୍ବା ପାକିସ୍ତାନରେ ନୁହେଁ ଦୁବାଇରେ ରହିବାକୁ ସେ ଯୋଜନା କରିଛନ୍ତି । ତେବେ ସେ ନିଜ ସ୍ୱାମୀ ଅରବିନ୍ଦା ନା ନସରୁଲ୍ଲାଙ୍କ ମଧ୍ୟରୁ କାହା ସହ ରହିବାକୁ ପସନ୍ଦ କରିବେ ସେ ନେଇ ସେ ପାଟି ଫିଟାଇ ନାହାନ୍ତି।  ସେ ତାଙ୍କ ପିଲାମାନଙ୍କ ସହ କଥା ହୋଇଛନ୍ତି। ଏବଂ ସ୍ୱାମୀ  ଅରବିନ୍ଦଙ୍କ ସହ ମଧ୍ୟ କଥା ହୋଇଛନ୍ତି। ତେବେ ଉଭୟଙ୍କ ବିବାହ ବିଚ୍ଛେଦ ହେବ କି ନାହିଁ ତାହା ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବ୍ୟାପାର ବୋଲି ଅଞ୍ଜୁ କହିଛନ୍ତି।

ଏଥିସହ ସେ କହିଛନ୍ତି, ଭାରତ ଆସିବା ପରେ ମୋତେ ମୋ’ ପରିବାର ଲୋକଙ୍କ ସପୋର୍ଟ ମିଳୁନାହିଁ। ସବୁ ସମସ୍ୟାର ମୁକାବିଲା ମୋତେ ଏକୁଟିଆ କରିବାକୁ ପଡ଼ୁଛି। ଏହାସତ୍ତ୍ୱେ ମୋ ପିଲାମାନେ ମୋ ପାଖକୁ ଫେରିବେ ବୋଲି ବିଶ୍ୱାସ ରହିଛି। ଭବିଷ୍ୟତରେ ଦୁବାଇରେ ରହିବାର ଯୋଜନା କରିଛି। ଦୁବାଇ ମୋର ଡ୍ରିମ୍‌ ସିଟି ବୋଲି କହିଛନ୍ତି ଅଞ୍ଜୁ ।