ବିମାନ ଭିତରେ ହାତାହାତି, ଯାତ୍ରୀଙ୍କୁ ବ୍ୟାନ୍ କରିବାକୁ ଦାବି
1 min read
କୋଲକତା: ବିମାନ ଭିତରେ ହାତାହାତି । ଦୁଇ ଜଣଙ୍କ ମଧ୍ୟରେ ମାଡଗୋଳ ଭିଡିଓ ଭାଇରାଲ ହୋଇଛି । ବ୍ୟାଙ୍ଗକକ୍-କୋଲକାତା ବିମାନରେ ହୋଇଥିବା ଗଣ୍ଡଗୋଳ ଘଟଣାରେ ହସ୍ତକ୍ଷେପ କରିଛି ବ୍ୟୁରୋ ଅଫ ସିଭିଲ ଆଭିଏସନ ସିକ୍ୟୁରିଟି । ଘଟଣାର ସବିଶେଷ ରିପୋର୍ଟ ତଲବ କରିଛି । ବିସିଏଏସ ଡିଜି ଜୁଲିଫିକର ହାସନ କହିଛନ୍ତି- ବ୍ୟାଙ୍ଗକକରୁ କୋଲକାତା ଆସୁଥିବା ଥାଇ ଏୟାରଓ୍ବେଜର ଏକ ବିମାନରେ ହୋଇଥିବା ହାତାହାତି ଘଟଣାର ଭିଡିଓ ଭାଇରାଲ ହୋଇଛି ।
ଏନେଇ ରିପୋର୍ଟ ତଲବ କରାଯାଇଛି । ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିମାନଟି ଆକାଶ ମଝିରେ ଥିବାବେଳେ କୌଣସି କାରଣରୁ ଦୁଇ ଯାତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ହିଂସାର ରୂପ ନେଇଥିଲା । ଦୁହିଁଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ସହ ପରସ୍ପରକୁ କଟୁ କଥା କହିବା ଦେଖାଯାଇଥିଲା । ଦୁହିଁଙ୍କ ମଧ୍ୟରେ ପିଟାପିଟି ଚାଲିଥିବାବେଳେ ଶାନ୍ତ ରହିବା ଲାଗି ସହଯାତ୍ରୀ ଓ କ୍ୟାବିନ କ୍ରି ଅନୁରୋଧ କରିବା ଦେଖାଯାଇଥିଲା ।