ଆଜିଠାରୁ ନିଟ ୟୁଜିର କାଉନସେଲିଂ: ଏମବିବିଏସ, ବିଡିଏସ ଓ ବିଏସସି ନର୍ସିଂ ଲାଗି କାଉନସେଲିଂ

1 min read

ନନ୍ଦିଘୋଷ ବ୍ୟୁରୋ: ଆଜିଠାରୁ ନିଟ-ୟୁଜିର କାଉନସେଲିଂ। ସ୍ଥଗିତ ହୋଇଥିବା ପରୀକ୍ଷାର ଫଳ ପ୍ରକାଶ ପରେ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ। ଏଥିଲାଗ ପ୍ରସ୍ତୁତ ହୋଇ ଆସିବାକୁ ପ୍ରାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି। ଗତ ୧ ତାରିଖରେ କ୍ଷତିଗ୍ରସ୍ତ ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇଥିଲା। ନିଟ ୟୁଜିର କାଉନସେଲିଂ ଯୋଗୁ ଏମବିବି, ବିଡିଏସ ଓ ବିଏସସି ନର୍ସିଂ ଲାଗି ମେଡିକାଲ କାଉନସେଲିଂ କମିଟି ବା ଏମସିସି ପଦକ୍ଷେପ ନେବ।

ଗତ ମେ’ ୫ରେ ନିଟ ୟୁଜି ହୋଇଥିବାବେଳେ ଜୁନ ୨୩ରେ ହୋଇଥିଲା ନିଟ ୟୁଜି ରିଟେଷ୍ଟ। ନିଟ ୟୁଜିର କ୍ଷତିଗ୍ରସ୍ତ ୧୫୬୩ ଜଣ ଛାତ୍ରଛାତ୍ରୀଙ୍କ ମଧ୍ଯରୁ ୮୧୩ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଗତ ଜୁଲାଇ ୧ରେ ଫଳ ପାଇଥିଲା ପ୍ରକାଶ। ଏମସିସିର ୱେବସାଇଟ https://mcc.nic.in ରେ କାଉନସେଲିଂ ସମ୍ପର୍କରେ ମିଳିପାରିବ ସବିଶେଷ ତଥ୍ଯ। ଛାତ୍ରଛାତ୍ରୀମାନେ ଆଡମିଟ କାର୍ଡ, ସ୍କୋରକାର୍ଡ, ଦଶମ, ଦ୍ୱାଦଶ ମାର୍କସିଟ, ଚରିତ୍ରଗତ ପ୍ରମାଣପତ୍ର, ପରିଚୟ ପ୍ରମାଣପତ୍ର ଆଦି ଆଣିବା ଲାଗି ପରାମର୍ଶ ଦିଆଯାଇଛି। ପ୍ରାର୍ଥୀଙ୍କ ରାଙ୍କ, ଭରାଯାଇଥିବା ଚଏସ, କଲେଜରେ ଉପଲବ୍ଧ ସିଟ୍ ଅନୁସାରେ ପ୍ରାର୍ଥୀଙ୍କୁ ସିଟ ପ୍ରଦାନ କରିବ ଏମସିସି।