MBBSରେ ନାମ ଲେଖା ପାଇଁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: ଖାଲି ଅଛି ଏତେ ସିଟ୍

1 min read

ନୂଆଦିଲ୍ଲୀ: ମେଡିକାଲ ପଢ଼ିବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଯେଉଁମାନେ ମେଡିକାଲ ପଢ଼ିବାକୁ ଚାହୁଁଛନ୍ତି ଏବଂ ଆଡମିଶନ କରିପାରିନାହାନ୍ତି  ସେମାନଙ୍କ ପାଇଁ ଏବେ ଆଉ ଗୋଟେ ସୁଯୋଗ ଆସିଛି । ଖାଲି ଥିବା ସିଟରେ MCC ବା ମେଡିକାଲ କାଉନସେଲିଂ କମିଟି ଏକ ସ୍ପେଶାଲ ରାଉଣ୍ଡ ଆୟୋଜନ କରିବାକୁ ଯାଉଛି । ଯେଉଁଥିରେ ଖାଲି ଥିବା ସିଟ ପୂରଣ କରାଯିବ । ଏଥିରେ ଅଲ୍ ଇଣ୍ଡିଆ କୋଟା, କେନ୍ଦ୍ରୀୟ ସଂସ୍ଥା, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଏବଂ ଏମ୍ସରେ ଥିବା ସିଟ ଖାଲି ପଡ଼ିବନି ।

Medical students

ଏହି ଖାଲି ସିଟ ପୂରଣ କରିବାପାଇଁ କୌଣସି ନୂଆ ରେଜିଷ୍ଟ୍ରେସନ ହେବ ନାହିଁ । ଏଥିରେ ପୂର୍ବରୁ ଯେଉଁ ଛାତ୍ରଛାତ୍ରୀମାନେ ରେଜିଷ୍ଟ୍ରେସନ କରିଥିବେ ଏବଂ ସିଟ ପାଇ ନ ଥିବେ ସେମାନେ ଭାଗ ନେଇପାରିବେ । ଏଥିରେ ଅଲ୍ ଇଣ୍ଡିଆ କୋଟା, କେନ୍ଦ୍ରୀୟ ସଂସ୍ଥା, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ଏମ୍ସର ମୋଟ ୩୨୩ଟି ସିଟ ପୂରଣ କରାଯିବ ।

ନୋଟିସ ଅନୁସାରେ ସମସ୍ତ ପଞ୍ଜିକୃତ ହୋଇଥିବା ଛାତ୍ରଛାତ୍ରୀ ସ୍ପେଶାଲ ରାଉଣ୍ଡରେ ଭାଗ ନେବାପାଇଁ ୫୦ ହଜାର ସିକ୍ୟୁରିଟି ରାଶି ଜମା କରିବାକୁ ପଡ଼ିବ । ଏହି ରାଶି ପରେ ରିଫଣ୍ଡ ହୋଇଯିବ । ଏଥିରେ ଯେଉଁମାନଙ୍କର ଅଲ ଇଣ୍ଡିଆ କୋଟା ଏବଂ ରାଜ୍ୟ କୋଟାରେ କୌଣସି ସିଟ ନଥିବ ସେମାନେ ସ୍ପେଶାଲ ରାଉଣ୍ଡରେ ଭାଗ ନେଇ ପାରିବେ ।