ଆଜି ମେଡିକାଲ ପ୍ରବେଶିକା ପରୀକ୍ଷା, ଓଡ଼ିଆ ସମେତ ୧୩ଟି ଭାଷାରେ ପରୀକ୍ଷା

1 min read

ନୂଆଦିଲ୍ଲୀ: ଆଜି ମେଡିକାଲ ପ୍ରବେଶିକା ପରୀକ୍ଷା ନ୍ୟାସନାଲ ଏଲିଜିବିଲିଟି ଟେଷ୍ଟ ବା ନିଟ୍ । ଓଡ଼ିଆ ସମେତ ୧୩ଟି ଭାଷାରେ ହେଉଛି NEET ପରୀକ୍ଷା । ଦେଶ ବାହାରେ ୧୪ଟି କେନ୍ଦ୍ର ସହ ମୋଟ ୫୪୩ଟି ସହରରେ ପରୀକ୍ଷା ହେଉଛି । ଏଥିପାଇଁ ୧୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପଞ୍ଜିକରଣ କରିଛନ୍ତି । କିଛି ଛାତ୍ରଛାତ୍ରୀ ପରୀକ୍ଷା ତାରିଖ ପରିବର୍ତ୍ତନ କରିବାକୁ ଦାବି କରୁଥିଲେ । ଏନେଇ ଦିଲ୍ଲୀ ହାଇକୋର୍ଟରେ ବି ଆବେଦନ କରିଥିଲେ । କିନ୍ତୁ ମାମଲାର ଶୁଣାଣି କରି କୋର୍ଟ ଆବେଦନକୁ ଖାରଜ କରିଥିଲେ ।

NTA ତରଫରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ନିର୍ଦ୍ଦେଶନାମା ଓ ଡ୍ରେସକୋର୍ଡ ଜାରି କରିଛନ୍ତି । ଗାଇଡଲାଇନକୁ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି । ପରୀକ୍ଷାର୍ଥୀମାନେ ଆଧାର କାର୍ଡ ସମେତ ଏକ ପରିଚୟ ପତ୍ର ନେବା ବାଧ୍ୟତାମୂଳକ । ପରୀକ୍ଷା କେନ୍ଦ୍ରରେ ମୋବାଇଲ ଫୋନ, ସ୍ମାର୍ଟଓ୍ୱାଚ, କାଲକୁଲେଟର ବା ଅନ୍ୟ କୌଣସି ଇଲେକ୍ଟ୍ରୋନିକ୍ସ ସାମଗ୍ରୀକୁ ଅନୁମତି ନାହିଁ ।