NEET-PG 2021 exams postponed amid Covid-19 surge

ନୂଆଦିଲ୍ଲୀ: ଭାରତରେ କରୋନାର ବଢ଼ୁଥିବା ସଂକ୍ରମଣ ମାମଲାକୁ ଦେଖି କେନ୍ଦ୍ର ସରକାର NEET-PG ମେଡିକାଲ୍ ଏଣ୍ଟ୍ରାନ୍ସ ଏକଜାମ୍ ସ୍ଥଗିତ ରଖିବାକୁ ଗୁରୁବାର ନିଷ୍ପତ୍ତି ନେଇଛନ୍ତି । ନ୍ୟାସନାଲ୍ ବୋର୍ଡ ଅଫ୍ ଏକଜାମିନେସନ୍ (NBE) ଆସନ୍ତା ୧୮ ତାରିଖରେ ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (NEET-PG) ଅନୁଷ୍ଠିତ ହୋଇଥାନ୍ତା ।

NEET-PG ମେଡିକାଲ୍ ପରୀକ୍ଷା ଲାଗି ଆଗାମୀ ତାରିଖ ପରେ ନିର୍ଦ୍ଧାରଣ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି । ୧.୭ ଲକ୍ଷ ମେଡିକାଲ୍ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥାନ୍ତେ । ବଢ଼ୁଥିବା ସଂକ୍ରମଣ ମାମଲାକୁ ଦେଖି ସରକାର NEET-PG ପରୀକ୍ଷା ସ୍ଥଗିତ କରିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

୨୦୨୧ ଶିକ୍ଷା ବର୍ଷ ଲାଗି NEET-PG ପରୀକ୍ଷା ସ୍ଥଗିତ କରାଯାଇଛି । ଆଜି କିଛି ପରୀକ୍ଷାର୍ଥୀ NEET-PG ପରୀକ୍ଷା ସ୍ଥଗିତ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପ୍ରଧାନ ବିଚାରପତି ଏସ.ଏ ବୋବଡେ ଏହାର ଶୁଣାଣି ଆସନ୍ତାକାଲିକୁ ରଖିଥିବା ବେଳେ ସରକାର NEET-PG ପରୀକ୍ଷା ସ୍ଥଗିତ ନେଇ ନିଷ୍ପତ୍ତି ନେଇଛନ୍ତି ।

Leave a Reply