spot_img

Latest Posts

ନିଟ୍ ପେପର ଲିକ୍ ମାମଲା: ୬୦ ଲକ୍ଷ ଟଙ୍କାରେ ପ୍ରଶ୍ନପତ୍ର ବିକ୍ରି, ୧୫୦ ଛାତ୍ରଛାତ୍ରୀ କିଣିଥିଲେ..

ପାଟନା : ନିଟ୍‌ ପେପର ଲିକ୍‌ ମାମଲାରେ ସିବିଆଇର ବଡ ଖୁଲାସା। ଅନୁସନ୍ଧାନରୁ ଜଣାପଡିଛି ଯେ, ୩୫ରୁ ୬୦ ଲକ୍ଷ ଟଙ୍କାରେ ବିକ୍ରି ହେଉଥିଲା  NEET ପ୍ରଶ୍ନପତ୍ର । ଗୋଟିଏ ପ୍ରଶ୍ନପତ୍ରର ମୂଲ୍ୟ ୩୫ରୁ ୬୦ ଲକ୍ଷ ଟଙ୍କା  ସ୍ଥିର କରାଯାଇଥିଲା । ପ୍ରାୟ ୧୫୦ ଛାତ୍ରଛାତ୍ରୀ ଏହି ପ୍ରଶ୍ନପତ୍ର କିଣିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ବିହାରର ପ୍ରାର୍ଥୀମାନଙ୍କ ପାଇଁ ୩୫ ରୁ ୪୫ ଲକ୍ଷ ଟଙ୍କାରେ ପ୍ରଶ୍ନପତ୍ରର ମୂଲ୍ୟ ସ୍ଥିର କରାଯାଇଥିବା ବେଳେ ଅନ୍ୟ ରାଜ୍ୟର ପ୍ରାର୍ଥୀଙ୍କ ପାଇଁ ୫୫ ରୁ ୬୦ ଲକ୍ଷ ଟଙ୍କା ସ୍ଥିର କରାଯାଇଥିଲା ।

ସିବିଆଇ ଅନୁସନ୍ଧାନରୁ ଜଣାପଡିଛି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୧୫୦ ଜଣ ପ୍ରାର୍ଥୀ ପ୍ରଶ୍ନପତ୍ର କିଣିଥିବା ଜଣାପଡିଛି। ଏଥିମଧ୍ୟରୁ କେତେକଙ୍କ ପରୀକ୍ଷା କେନ୍ଦ୍ର ଝାଡଖଣ୍ଡର ହଜରିବାଗ ଥିବା ବେଳେ ଆଉ କେତେକ ମହାରାଷ୍ଟ୍ରର ଲାତୁର ଜିଲ୍ଲାରେ ଥିଲା। କିଛି ପ୍ରାର୍ଥୀଙ୍କ ଗୁଜରାଟର ଗୋଦ୍ରା ଏବଂ ବିହାରର ରାଜଧାନୀ ପାଟନାରେ ପରୀକ୍ଷା କେନ୍ଦ୍ର ରହିଥିଲା। ପ୍ରଶ୍ନପତ୍ର ପାଇଥିବା ୧୫୦ ଜଣ ଛାତ୍ରଙ୍କ ମଧ୍ୟରୁ ପ୍ରାୟ ୮୦ ରୁ ୯୦ ପରୀକ୍ଷାର୍ଥୀ ଭଲ ରାଙ୍କ୍ ପାଇ ନାହାଁନ୍ତି। ଏନେଇ ସିବିଆର ତଦନ୍ତ ଜାରି ରହିଛି ।

Latest Posts

Don't Miss