NEET 2020 Result: NTA ତରଫରୁ ବଡ଼ ତୃଟି, ଟପ୍ପରକୁ କରିଦେଲେ ଫେଲ୍, ଜାଣନ୍ତୁ ପୁରା ମାମଲା

1 min read

ନୂଆଦିଲ୍ଲୀ: NTA ତରଫରୁ ରେଜଲ୍ଟରେ ଏକ ବଡ଼ ଧରଣର ତୃଟି ଦେଖିବାକୁ ମିଳିଛି । ମୃଦୁଲ ରାୱତ ନାମକ ଜଣେ ନିଟ ଆସପରାଣ୍ଟଙ୍କୁ ଚଳିତ ବର୍ଷ ପରୀକ୍ଷାରେ ୩୨୯ ନମ୍ବର ମିଳିଥିଲା । କିନ୍ତୁ ନାସନାଲ ଟେଷ୍ଟିଂ ଏଜେନ୍ସି ତରଫରୁ ଉତ୍ତର ଖାତା ଏବଂ ରେକର୍ଡେଡ ରିପ୍ଲେସେବଲ ସିଟ୍ ଜାରି ଦ୍ୱାରା ଜଣାପଡ଼ିଲା ଯେ ସେ ୬୫୦ ନମ୍ବର ରଖି ଟପ୍ କରିଛନ୍ତି । ଏସଟି କାଟେଗୋରୀ ଟପ୍ପର ମୃଦୁଲ ରାୱତଙ୍କୁ NEET 2020 ର ରେଜଲ୍ଟରେ ଫେଲ ବୋଲି ଦର୍ଶାଯାଇଥିଲା କିନ୍ତୁ ପୁନଃବାର ଚେକିଂ ପରେ ସେ ଫେଲ ନୁହେଁ ବରଂ ଟପ୍ କରିଛନ୍ତି ବୋଲି ଜଣାପଡ଼ିଥିଲା । ଏହାପରେ NEETର ରେଜଲ୍ଟ ପ୍ରକାଶ ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଅକ୍ଟୋବର ୧୬ରେ ନିଟ ପରୀକ୍ଷା ରେଜଲ୍ଟ ବାହାରିଥିଲା ଯେଉଁଥିରେ ଓଡ଼ିଶାର ସୋଏବ ଟପ୍ ହୋଇଥିଲେ । ଅନ୍ୟପଟେ ମୃଦୁଲ ରାୱତ ଏସଟି କ୍ୟାଟେଗୋରୀରେ ଟପ କରିଥିଲେ ହେଁ, ଭୁଲ ରେଜଲ୍ଟ କାରଣରୁ ତାଙ୍କୁ ଫେଲ ଘୋଷଣା କରାଯାଇଥିଲା । ଏଥିରେ ବ୍ୟସ୍ତବିବ୍ରତ ହୋଇ ମୃଦୁଲ ଖାଇବା ପିଇବା ମଧ୍ୟ ଛାଡ଼ିଦେଇଥିଲେ ।  କିନ୍ତୁ ପରବର୍ତ୍ତୀ ସମୟରେ ନିଟ ଦ୍ୱାରା ଜାରି କରାଯାଇଥିବା ରେଜଲ୍ଟରେ ମୃଦୁଲ ଏସଟି କ୍ୟାଟେଗୋରୀରେ ଅଲ ଇଣ୍ଡିଆ ଟପ କରିଥିବା ଜଣାପଡ଼ିଥିଲା । ଏହି ଅବ୍ୟବସ୍ଥା ପରେ ନିଟର ରେଜଲ୍ଟ ଉପରେ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

କୋଭିଡ କଟକଣାକୁ ଆଖି ଆଗରେ ରଖି ଚଳିତ ବର୍ଷ ସେପ୍ଟେମ୍ବର ୧୩ରେ ନିଟ ପରୀକ୍ଷା ଆୟୋଜନ କରାଯାଇଥିଲା । ଯେଉଁଥିରେ ପ୍ରାୟ ୧୩.୬୬ ଲକ୍ଷ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।

Leave a Reply