ପଢ଼ନ୍ତୁ ମହନ୍ତଙ୍କ ଚମତ୍କାର କାହାଣୀ, ଏକଦା କୂଅ ପାଣିକୁ କରିଥିଲେ ଶୁଦ୍ଧ ଘିଅ

ନନ୍ଦିଘୋଷ ବ୍ୟୁରୋ: ଅନେକ କାହାଣୀ ରହିଛି ଯାହାକି ଶୁଣିଲେ ଆମକୁ ଚକିତ ଲାଗିଥାଏ । ଜେଜେମା ହୁଅନ୍ତୁ କିମ୍ବା ଆଇ କିମ୍ବା ହୁଅନ୍ତୁ ବୟସ୍କ ବ୍ୟକ୍ତି । ଏମାନଙ୍କ ପାଖରୁ ଅନେକ କାହାଣୀ ଶୁଣିଥିବେ ନିଶ୍ଚୟ । ତେବେ ଏମିତି ଜଣେ ମହନ୍ତ ଥିଲେ, ଯିଏକି କୂଅର ପାଣିକୁ ଶୁଦ୍ଧ ଘିଅରେ ପରିଣତ କରି ଦେଇଥିଲେ । ମଧ୍ୟପ୍ରଦେଶର ନିମଚ ଜିଲ୍ଲା ମୁଖ୍ୟାଳୟଠାରୁ ଦଶ କିଲୋମିଟର ଦୂରରେ ମହନ୍ତଙ୍କ ମଠ ରହିଛି । ତେବେ ପଣ୍ଡିତ ଦେବିଲାଲ ଶର୍ମା କହିଛନ୍ତି କି, ମହନ୍ତ ହରିଚନ୍ଦନ ମହାରାଜ ଅନେକ ଚମତ୍କାର କରିଛନ୍ତି । ୮୦ ବର୍ଷ ପୂର୍ବେ ଅନେକ କାହାଣୀ ମଧ୍ୟ ରହିଛି । ଏକଦା ଆଶ୍ରମରେ ଭୋଜନ ପ୍ରସ୍ତୁତ ହେଉଥିଲା । ଭକ୍ତମାନେ କହିଥିଲେ କି, ବାବା ଘିଅ ସରିଯାଇଛି । ଏହାପରେ ଭକ୍ତମାନଙ୍କୁ ବାବା କହିଥିଲେ କି, ତୁମେ କୂଅରୁ ପାଣି ଆଣ ।

ଭକ୍ତମାନେ ବାବାଙ୍କ କଥାରେ କୂଅରୁ ପାଣି ଆଣିଥିଲେ । ଆଉ ଦେଖିଲା ବେଳକୁ ପାଣି ଶୁଦ୍ଧ ଘିଅରେ ପରିଣତ ହୋଇ ଯାଇଥିଲା । ଏହି ଘିଅରେ ଭକ୍ତମାନେ ଅନେକ ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରିଥିଲେ । ଦେବିଲାଲ ଶର୍ମା କହିଛନ୍ତି କି, ଗୁରୁ ପୂର୍ଣ୍ଣିମାରେ ମହନ୍ତଙ୍କ ସମାଧୀସ୍ଥଳରେ ଏକ ମେଳାର ଆୟୋଜନ କରାଯାଇଥିଲା । ତେବେ ଏହି ଅଞ୍ଚଳର ଲୋକେ ମହନ୍ତଙ୍କୁ ଅନେକ ବିଶ୍ବାସ ଏବଂ ଭକ୍ତି କରୁଥିଲେ । ଏଣୁ ପ୍ରତିବର୍ଷ ଏଠାରେ ଗୁରୁ ପୂର୍ଣ୍ଣିମାରେ ଭିଡ଼ ଜମାଇଥାନ୍ତି । ନଦୀ କୂଳରେ ବାବାଙ୍କ ଆଶ୍ରମ ରହିଥିବାବେଳେ ଏଠାରେ ବାବାଙ୍କ ପୁରୁଣା ସ୍ମୃତିସବୁ ରହିଛି । ସେ ବ୍ୟବହାର କରୁଥିବା ଶେଜ ଏବଂ କିଛି ସାମଗ୍ରୀ ଏଠାରେ ରହିଛି ।