ବିନା ଛୁଞ୍ଚିରେ ଶିଶୁଙ୍କୁ ଦିଆଯିବ କରୋନା ଟିକା: ଆଜି ତାଲିମ୍ ନେବେ ସ୍ୱାସ୍ଥ୍ୟକର୍ମୀ

1 min read

ଭୁବନେଶ୍ୱର: ବିନା ଛୁଞ୍ଚିରେ ଶିଶୁଙ୍କୁ କରୋନା ଟିକା ଦିଆଯିବ । ପିଲାମାନେ ସାଧାରଣତଃ ଇଞ୍ଜେକ୍ସନକୁ ଟିକେ ଡରନ୍ତି । ତେଣୁ ସେମାନଙ୍କୁ ଫର୍ମା ଡେପ୍‌ଥ ଟେକ୍ନୋଲୋଜି ମାଧ୍ୟମରେ ଟିକା ଦିଆଯିବ । ଏଥିପାଇଁ ସ୍ୱତନ୍ତ୍ର ଏସ୍‌ଓପି ଆସିବ ଓ ସେହି ଅନୁସାରେ ଟିକାକରଣ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ସଂଧ୍ୟାରେ ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ତାଲିମ୍ ଦିଆଯିବ । ପିଲାଙ୍କୁ ଦୁଇ ପ୍ରକାର ଟିକା ଦେବା ପାଇଁ ପରାମର୍ଶ ଅଛି ।

୧୨ରୁ ୧୮ବର୍ଷ ଶିଶୁଙ୍କ ପାଇଁ ଜାଇକଭ‌- ଡି, ଯାହାକୁ ଡିସିଜିଆଇ ଅନୁମତି ଦେଇଛନ୍ତି । ସେହିପରି କୋଭାକସିନକୁ ଏକଜାମିନ କରି ଡିସିଜିଆଇ ଅନୁମତି ଦେବେ । ରାଜ୍ୟରେ ୨ବର୍ଷରୁ ୧୮ ବର୍ଷ ପର୍ଯ୍ୟନ୍ତ ୧କୋଟି ୪୦ ଲକ୍ଷ ଶିଶୁ ଅଛନ୍ତି । ଯଦି ଏକା ସାଙ୍ଗେ ସବୁ ଶିଶୁଙ୍କୁ ଟିକା ଦିଆଯିବ, ତେବେ ଟିକା କେନ୍ଦ୍ର ବଢ଼ାଇବାକୁ ପଡ଼ିବ । ନିର୍ଦ୍ଦେଶ ଆସିବା ଟିକାକରଣ ଆରମ୍ଭ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩ କୋଟି ୫୦ଲକ୍ଷ ଡୋଜ୍‌ ଟିକା ଦିଆଗଲାଣି । ୨ କୋଟି ୪୭ଲକ୍ଷ ଲୋକ ପ୍ରଥମ ଡୋଜ ଓ ୧କୋଟି ୩ଲକ୍ଷ ଲୋକ ଦ୍ୱିତୀୟ ଡୋଜ ଟିକା ନେଇଛନ୍ତି । ଆଜି ୧୮୩୦ଟି ଟିକାକେନ୍ଦ୍ରରେ ଟିକା ଦିଆଯାଉଛି ।ବର୍ତ୍ତମାନ ରାଜ୍ୟ ରେ ୨୬ ଲକ୍ଷ ଟିକା ମହଜୁଦ ଅଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି  ।

ଏଥିସହିତ ପଢ଼ନ୍ତୁ: ଋଷରେ ପୁଣି କରୋନା କାଳ: ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୦୨୮,ଦେଶରେ ଦରମା ସହ ଛୁଟି ଘୋଷଣା କଲେ ରାଷ୍ଟ୍ରପତି

Leave a Reply