ଭ୍ୟାକ୍ସିନ ନେଲା ବେଳେ ଭାଙ୍ଗିଲା ଛୁଞ୍ଚି, ଅକାମୀ ହେଲା ହାତ ଓ ଗୋଡ଼

1 min read

ଲଲିତପୁର: ଉତ୍ତରପ୍ରଦେଶର ଲଲିତପୁରରେ ସ୍ୱାସ୍ଥ୍ୟ ବିଭାଗର ଅବହେଳା ଯୋଗୁଁ ଜଣେ ଯୁବକର ଗୋଟିଏ ଗୋଡ ଓ ହାତ ଅକାମୀ ହୋଇପଡିଛି ।

ସୂଚନା ଅନୁଯାୟୀ, ଜଣେ ଯୁବକ କରୋନା ଟିକା ନେଉଥିବାବେଳେ ତାଙ୍କ ହାତରେ ଛୁଞ୍ଚି ଭାଙ୍ଗି ରହିଯାଇଥିଲା। ଯାହା ଫଳରେ ଯୁବକଙ୍କର ଅବସ୍ଥା ବିଗିଡି ଯାଇଥିଲା। ତେବେ ଅସହ୍ୟ ଯନ୍ତ୍ରଣା ହେବାରୁ ପ୍ରାୟ ନଅ ଦିନ ପରେ ଜିଲ୍ଲା ଡାକ୍ତରଖାନାର ଅସ୍ତ୍ରୋପଚାର କରି ଡାକ୍ତର ତାଙ୍କ ହାତରୁ ଛୁଞ୍ଚିକୁ ବାହାର କରିଥିଲେ ।  କିନ୍ତୁ ଦୁର୍ଭାଗ୍ୟବଶତଃ ରୋଗୀର ଡାହାଣ ହାତ ଏବଂ ଗୋଡ ଅଚଳ ହୋଇପଡିଛି । ଯାହା ପରେ ତାଙ୍କୁ ମେଡିକାଲ କଲେଜ ଝାନ୍ସୀକୁ ରେଫର୍ କରାଯାଇଛି। ସମ୍ପୃକ୍ତ ବ୍ୟକ୍ତି ଜଣକ ବନାଉନି ଗାଁର ବାସିନ୍ଦା ୨୨ ବର୍ଷୀୟ ଇନ୍ଦ୍ରେଶ ଅହିରୱାର ଗତ ସେପ୍ଟେମ୍ବର୯ ତାରିଖରେ ଗାଁର ବିଦ୍ୟାଳୟରେ ଆୟୋଜିତ ଏକ କ୍ୟାମ୍ପରେ କୋଭିଡ ଟିକା ନେଇଥିଲେ।

ଅଭିଯୋଗ ଅନୁଯାୟୀ, ଟିକା ନେବା ପରେ ଜ୍ୱର ହେବା ସଙ୍ଗେସଙ୍ଗେ ହାତ ଫୁଲିଯାଇଥିଲା । ଡାକ୍ତରଙ୍କ ଚିକିତ୍ସା ପରେ ମଧ୍ୟ ସ୍ଥିତିରେ ସୁଧାର ଆସି ନଥିଲା ବେଳେ ଧୀରେ ଧୀରେ ହାତ ଅକାମୀ ହେବାକୁ ଲାଗିଥିଲା । ଯାହା ପରେ ସେପ୍ଟେମ୍ବର ୧୩ ତାରିଖରେ ସେ ଜିଲ୍ଲା ଚିିକିତ୍ସାଳୟର ବରିଷ୍ଠ ଡାକ୍ତରଙ୍କୁ ଦେଖାଇଥିଲେ। ଡାକ୍ତର ରୋଗୀକୁ ପରୀକ୍ଷା କଲା ବେଳେ ତାଙ୍କ ହାତରେ ଛୁଞ୍ଚି ଫୋଡିହେବା ଭଳି ଅନୁଭବ ହୋଇଥିଲା ।

କେବଳ ଏତିକି ନୁହେଁ ସିଟି ସ୍କାନରେ ମଧ୍ୟ  ହାତରେ ଛୁଞ୍ଚି ରହିଥିବା ଦେଖିବାକୁ ମିଳିଥିଲା। ସିଟି ସ୍କାନ୍ ଏବଂ ଏକ୍ସ-ରେ ରିପୋର୍ଟ ପରେ ଗତ ସେପ୍ଟେମ୍ବର ୧୮ରେ ଅସ୍ତ୍ରୋପଚାର କରି ରୋଗୀର ହାତରୁ ଛୁଞ୍ଚିକୁ ବାହାର କରାଯାଇଥିଲା। ପ୍ରାୟ ଏକ ଘଣ୍ଟା ଅପରେସନ୍ ପରେ ରୋଗୀଙ୍କୁ ଆଶ୍ୱସ୍ତୀ ମିଳିଥିଲେ ମଧ୍ୟ ତାଙ୍କର ଡାହାଣ ହାତ ଏବଂ ଗୋଟିଏ ଗୋଡ କାମ କରୁନଥିବା ସୂଚନା ମିଳିଥିଲା ।

Leave a Reply