ବର୍ଷକରେ ସାଇବର ଠକ ଲୁଟିଲେଣି ସାଢ଼େ ୬କୋଟିରୁ ଊର୍ଦ୍ଧ୍ୱ ଟଙ୍କା

1 min read

ଭୁବନେଶ୍ୱର: ବର୍ଷକରେ ସାଇବର ଲୁଟେରା ଲୁଟିଛନ୍ତି  ୬ କୋଟି ୭୯ ଲକ୍ଷ ୮୫ ହଜାର ୩୪୪ ଟଙ୍କା । ଗୋଲଡେନ ପିରିୟଡ଼ରେ ବ୍ଲକ ହୋଇ ଫେରି ପାରିଛି ୧ କୋଟି ୪୮ ଲକ୍ଷ ୧୧ ହଜାର୮୭୦ ଟଙ୍କା  । ଭୁବନେଶ୍ୱର ସାଇବର ସେଲରେ ମୋଟ ୬୭ଟି  ମାମଲା ରୁଜୁ ହୋଇଛି  । ୧୩ଅଭିଯୁକ୍ତ ଗିରଫ ହୋଇଥିବା ଭୁବନେଶ୍ୱର ସାଇବର ହେଲ୍ପ ଡେସ୍କର ବାର୍ଷିକ ରିପୋର୍ଟରେ ପ୍ରକାଶ କରାଯାଇଛି । ଗୃହ ମନ୍ତ୍ରାଳୟର ସାଇବର ସେଫକୁ ସମସ୍ତ ଫ୍ରଡ଼ କଲ ନମ୍ବର ପଠାଇଛି ପୋଲିସ  । ତେବେ ସାଇବର ଫ୍ରଡ ନେଇ ଟୋଲ ଫ୍ରି ନମ୍ବରକୁ ଭୁବନେଶ୍ୱରରୁ ଆସିଛି ୨୮୭୨ କଲ ।

ଭୁବନେଶ୍ୱର ବାହାରୁ ଆସିଛି ସାଢ଼େ ୩ ହଜାର କଲ  । ପଞ୍ଜାବ , ରାଜସ୍ଥାନ , ଗୁଡ଼ଗାଓ ଓ ବ୍ୟାଙ୍ଗଲୋରରୁ ବି ଆସିଛି  ଅଧିକାଂଶ ଫ୍ରଡ଼ କଲ  । ଏନେଇ ଗୁଗୁଲ ମ୍ୟାପିଂରୁ ସାଇବର ଠକଙ୍କ ଲୋକେସନ ଟ୍ରାକ କରିଛି କମିଶନରେଟ ପୋଲିସ ।  ଭୁବନେଶ୍ୱରରେ ଜମତାରା ଗ୍ୟାଙ୍ଗ ସକ୍ରିୟ ରହିଥିବା ସୂଚନା ଦେଇଛି ପୋଲିସ  । any ଡେସ୍କ ଆପ୍ଲିକେସନ ଡାଉନଲୋଡ଼ କଲେ ଅଧିକ ଠକେଇ ହେଉଥିବା ଜଣାପଡ଼ିଛି । ଏନେଇ କୌଣସି ମେସେଜ ଆସିଲେ ଏହି ଆପ ଡାଉନଲୋଡ଼ ନକରିବାକୁ ଜନ ସାଧାରଣଙ୍କୁ ଅନୁରୋଧ କରିଛନ୍ତି ଭୁବନେଶ୍ୱର ଡିସିପି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଦୈନିକ ଓମିକ୍ରନ୍ ସଂକ୍ରମଣ ୫୦ ହଜାର ଛୁଇଁପାରେ

Leave a Reply