spot_img

Latest Posts

୧୦୦ ଜଣ ମେଡିକାଲ କର୍ମଚାରୀଙ୍କୁ କରୋନା, ଜାଣନ୍ତୁ କେଉଁଠି

ସର୍ବାଧିକ କରୋନା ସଂକ୍ରମିତ ରୋଗୀଙ୍କ ସହ ମୁମ୍ବାଇ ଦ୍ୱିତୀୟ ସଙ୍କଟ ଆଡ଼କୁ ଗତି କରୁଛି। ମେଡିକାଲ କର୍ମଚାରୀ ଏବଂ ହସ୍ପିଟାଲର ନର୍ସମାନେ କରୋନା ପଜିଟିଭ୍ ଆସିବା ପରେ ମୁମ୍ବାଇର ଅନେକ ବଡ଼ ବଡ଼ ଘରୋଇ ଡାକ୍ତରଖାନା ବନ୍ଦ ହୋଇଯାଉଛି । ଶୁକ୍ରବାର ସରକାରୀ ଡାକ୍ତରଖାନାର ୧୯ ଜଣ ସ୍ୱାସ୍ଥ୍ୟ କର୍ମୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏହା ସହିତ ସଂକ୍ରମିତ ଡାକ୍ତରୀ କର୍ମଚାରୀଙ୍କ ସଂଖ୍ୟା ପ୍ରାୟ ୧୦୦ କୁ ବୃଦ୍ଧି ପାଇଛି।

ମୁମ୍ବାଇର ଘରୋଇ ଡାକ୍ତରଖାନାଗୁଡ଼ିକୁ ତୁରନ୍ତ ସୁରକ୍ଷା କିଟ୍, ଅତିରିକ୍ତ ବେତନ ଏବଂ ପରିବହନ ଯୋଗାଇବାକୁ କୁହାଯାଇଛି କାରଣ କରୋନା ଫ୍ରଣ୍ଟଲାଇନ ମେଡିକାଲ କର୍ମଚାରୀଙ୍କ ମଧ୍ୟରେ ସଂକ୍ରମଣ ବୃଦ୍ଧି ପାଉଛି । ଭାଟିଆ ହସ୍ପିଟାଲର ୧୪ ଜଣ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ୍ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ୧୦ ଜଣ ନର୍ସ, ଦୁଇଜଣ ଡାକ୍ତର ଏବଂ ଫିଜିଓଥେରାପିଷ୍ଟଙ୍କ ସମେତ ପଜିଟିଭ୍ ବାହାରିଛି। ଏହା ପରେ ଡାକ୍ତରଖାନାକୁ ସିଲ୍ କରାଯାଇଥିଲା।

ଦାଦରର ଶୁଶ୍ରୁଷା ଡାକ୍ତରଖାନାର ଦୁଇଜଣ ନର୍ସ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି, ଯାହା ପରେ ରୋଗୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହା ସହିତ ସମସ୍ତ ରୋଗୀଙ୍କୁ ୪୮ ଘଣ୍ଟା ମଧ୍ୟରେ ଡିସଚାର୍ଜ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମୁମ୍ବାଇର ଜସଲୋକ, ୱୋକାର୍ଡ ଏବଂ ଭାଟିଆ ଡାକ୍ତରଖାନା ଭଳି ପ୍ରମୁଖ ଡାକ୍ତରଖାନାକୁ ସିଲ୍ କରାଯାଇଛି। ଏହି କାରଣରୁ ଡାକ୍ତରଖାନାଗୁଡ଼ିକରେ ସୁରକ୍ଷା ପ୍ରୋଟୋକଲ ଉପରେ ପ୍ରଶ୍ନ ଉଠିଛି।

Latest Posts

Don't Miss