NDA ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ Z+ ସିକ୍ୟୁରିଟି

1 min read

ଭୁବନେଶ୍ୱର: ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇପାରନ୍ତି ଓଡିଆ ନେତ୍ରୀ ଦ୍ରୌପଦୀ ମୁର୍ମୁ । ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛି ଏନଡିଏ । ଏନେଇ ସବୁଜ ସଙ୍କେତ ଦେଇଛି ଏନଡିଏ ସଂସଦୀୟ ବୋର୍ଡର ବୈଠକ । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଲାଗି କିଛି ଦିନ ଧରି ଚାଲିଥିଲା ବିଚାର ବିମର୍ଷ ।

ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ସମାଜ ସେବା, ନିଷ୍ପେସିତ ବର୍ଗର ଉନ୍ନତି ଲାଗି ଦ୍ରୌପଦୀ ସାରା ଜୀବନ ସଂଘର୍ଷ କରିଆସିଛନ୍ତି । ଦ୍ରୌପଦୀ ଦେଶରେ ମହାମାନ୍ୟ ରାଷ୍ଟ୍ରପତି ହେବା ନେଇ ସେ ଆଶାବାଦୀ । ସାମାଜିକ ଜୀବନ, ରାଜନୀତି, ଆଦିବାସୀ ବିକାଶ ଲାଗି ଦ୍ରୌପଦୀ ସାରା ଜୀବନ ସଂଗ୍ରାମ କରିଆସିଛନ୍ତି । ପ୍ରାର୍ଥୀ ହେବା ପରେ ଦୌପଦୀ କହିଛନ୍ତି, ମାଟିର ଝିଅ ହୋଇଥିବାରୁ ବିଜେଡିର ସହଯୋଗ ସେ କାମନା କରୁଛନ୍ତି । ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଆଜି ସକାଳୁ ବିଭିନ୍ନ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି ଦ୍ରୌପଦୀ । ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବାରୁ ଦ୍ରୌପଦୀ ମୁର୍ମୁଙ୍କୁ Z+ ସିକ୍ୟୁରିଟି ପ୍ରଦାନ କରାଯାଇଛି ।