ଖୋଲୁଛି କେନ୍ଦ୍ର ସରକାରଙ୍କ ସଂଖ୍ୟାଲଘୁ ପ୍ରୀତିର ଅସଲ ମୁଖା, ବିଜେପି ଓ ଏଆଇଏଡିଏମକେ ମେଣ୍ଟ ଯୋଗୁ ଏନଡିଏ ଆଧିପତ୍ୟ ବିସ୍ତାର

1 min read

ଚେନ୍ନାଇ: ଖୋଲୁଛି କେନ୍ଦ୍ର ସରକାରଙ୍କ ସଂଖ୍ୟାଲଘୁ ପ୍ରୀତିର ଅସଲ ମୁଖା। ବହୁଚର୍ଚ୍ଚିତ ୱାକଫ ବିଲ ବିରୋଧରେ ରାଜ୍ୟସଭାରେ ତାମିଲନାଡୁ ଏଆଇଏଡିଏମକେର ୪ ଜଣ ସାଂସଦ ଭୋଟ ଦେଇଥିଲେ। ହେଲେ ଗତ ୧୧ ତାରିଖରେ ଏଆଇଏଡିଏମକେ ସହ ମେଣ୍ଟ ଘୋଷଣା କରିଥିଲା ବିଜେପି। ଏପରିକି ଚେନ୍ନାଇରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ମଞ୍ଚରେ ଆସନ ଅଳଙ୍କୃତ କରିଥିଲେ ଏଆଇଏଡିଏମକେ ନେତା ଇକେ ପାଲାନିସ୍ବମୀ ବା ଇପିଏସ । ଗତ ୧୧ ତାରିଖରେ ତାମିଲନାଡୁରେ ଘୋଷିତ ହୋଇଥିଲା ବିଜେପି-ଏଆଇଏଡିଏମକେ ମେଣ୍ଟ। ଏଆଇଏଡିଏମକେର ଦୁଇଟି ସର୍ତ୍ତକୁ ପାଳନ କରିଥିଲା ବିଜେପି।

ପ୍ରଥମଟି ହେଉଛି ଏଆଇଏଡିଏମକେର ଦାବି ଅନୁସାରେ ବିଜେପିର ରାଜ୍ୟସଭାପତି କେ. ଆନ୍ନାମଲାଇଙ୍କୁ ହଟାଇ ତାଙ୍କ ସ୍ଥାନରେ ନାଇନାର ନାଗେନ୍ଦ୍ରନଙ୍କୁ ରାଜ୍ୟସଭାପତି କରିବା। ଦ୍ବିତୀୟଟି ହେଉଛି- ସୀମା ପୁନଃନିର୍ଦ୍ଧାରଣରେ ଯେପରି ତାମିଲନାଡୁର  କିଛି କ୍ଷତି ହେବ ନାହିଁ ସେଥିପାଇଁ କେନ୍ଦ୍ର ଦୃଷ୍ଟି ଦେବ। କେବଳ ଏତିକି ନୁହେଁ ଇପିଏସଙ୍କୁ ତୁଷ୍ଟ କରିବା ଲାଗି ଆମ୍ମା ମକ୍କଲ ମୁନେତ୍ର କାଜାଗମ ନେତ୍ରୀ ଶଶୀକଳା ଓ ଟିଟିଭି ଦିନାକରନଙ୍କୁ ଦୂରେଇ ରଖିବା ଲାଗି ବି ବିଜେପି ସହମତି ହୋଇଥିବା ସୂଚନା ମିଳିଛି। ବିଜେପି ଓ ଏଆଇଏଡିଏମକେ ମେଣ୍ଟ ଯୋଗୁ ରାଜ୍ୟର ୩ଟି ଅଞ୍ଚଳରେ ଏବଂ ବିଶେଷ କରି ଗ୍ରାମାଞ୍ଚଳରେ ଏନଡିଏ ନିଜ ଆଧିପତ୍ୟ ବିସ୍ତାର କରିବ ।