୧୫ତମ ଉପରାଷ୍ଟ୍ରପତି ଭାବେ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ବିଜୟୀ

ନନ୍ଦିଘୋଷ ବ୍ୟୁରୋ: ଆସିଲା ଉପ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ । ୧୫ତମ ଉପରାଷ୍ଟ୍ରପତି ଭାବେ ବିଜୟୀ ହେଲେ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ । ୧୨୫ ଖଣ୍ଡ ଭୋଟରେ ଇଣ୍ଡି ମେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ କଲେ ପରାସ୍ତ । ସିପି ରାଧାକ୍ରିଷ୍ଣନଙ୍କୁ ୪୫୨ ଖଣ୍ଡ ପ୍ରଥମ ପସନ୍ଦ ଭୋଟ ମିଳିଥିବା ବେଳେ ବି. ସୁଦର୍ଶନ ରେଡ୍ଡୀଙ୍କୁ ୩୦୦ ଖଣ୍ଡ ପ୍ରଥମ ପସନ୍ଦ ଭୋଟ ମିଳିଛି ।
ସୂଚନାଯୋଗ୍ୟ, ଉପରାଷ୍ଟ୍ରପତି ନିର୍ବାଚନରେ ମୋଟ ଭୋଟର ସଂଖ୍ୟା ୭୮୧ ଥିଲା । ଏଥିରେ ଲୋକସଭାର ୫୪୩ରୁ ବର୍ତ୍ତମାନ ସଦସ୍ୟ ସଂଖ୍ୟା ୫୪୨ ରହିଥିବା ବେଳେ ରାଜ୍ୟସଭାର ୨୪୫ରୁ ବର୍ତ୍ତମାନ ସଦସ୍ୟ ରହିଛନ୍ତି ୨୩୯ । ୭୬୭ ସାଂସଦ ଭୋଟ ଦେଇଥିଲେ । ଅର୍ଥାତ ୯୮.୨ ପ୍ରତିଶତ ମତଦାନ ହୋଇଥିଲା । ୧୫ଟି ଭୋଟ ନାକଚ ହୋଇଥିବା ବେଳେ ୭୫୨ ଖଣ୍ଡ ଭୋଟ ବୈଧ ରହିଥିଲା । ଉପରାଷ୍ଟ୍ରପତି ନିର୍ବାଚନ ଜିତିବାକୁ ମ୍ୟାଜିକ ନମ୍ବର ୩୭୭ ରହିଥିଲା । ରାଥାକ୍ରିଷ୍ଣନଙ୍କୁ ୪୨୫ ଭୋଟ ମିଳିଥିବା ବେଳେ ସୁଦର୍ଶନଙ୍କୁ ୩୦୦ ଖଣ୍ଡ ଭୋଟ ମିଳିଛି ।