ଶିଶୁପାଳ ପାଲଟିଲା ଶିବସେନା, ପରିବାରକୁ ଛାଡ଼ି ‘ପାଓ୍ୱାର’କୁ ଆପଣାଇଲେ ଅଜିତ୍

1 min read

ମହାରାଷ୍ଟ୍ର: ଶିବସେନାକୁ ଲାଗିଲା ଶକ୍ତ ଝଟ୍‌କା । ମରିଚିକା ପାଲଟିଲା ମହାରାଷ୍ଟ୍ର ମୁଖିଆ ହେବା ସ୍ୱପ୍ନ । ରାତା ରାତି ବଦଳିଗଲା ରାଜନୀତିକ ସମୀକରଣ । ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତଭାବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କଲେ ଦେବେନ୍ଦ୍ର ଫଡ଼ନବିସ୍‌ । ଆଉ ଏନ୍‌ସିପିର ଅଜିତ ପାଓ୍ୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇଲେ ରାଜ୍ୟପାଳ । ଏଥିସହ ଶିବସେନାର କିଙ୍ଗ ମେକରରୁ କିଙ୍ଗ ହେବାର ସ୍ୱପ୍ନ ଚୁରମାର ହୋଇଛି ।

ସରିଯାଇଥିଲା ପ୍ରସ୍ତୁତି ବାକି ଥିଲା ଔପଚାରିକତା । ରାତି ପାହିଲେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ନେଇ ଦାବି ଜଣାଇଥାନ୍ତେ ଶିବସେନା-ଏନ୍‌ସିପି ଓ କଂଗ୍ରେସ ମେଣ୍ଟ । ହେଲେ ରାତା ରାତି ବଦଳିଗଲା ରାଜନୀତିର ସମୀକରଣ । ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତଭାବେ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କଲେ ଦେବେନ୍ଦ୍ର ଫଡ଼ନବିସ୍ । ଆଉ ତାଙ୍କ ସାଥିରେ ଉପ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେଲେ ଏନ୍‌ସିପି ନେତା ଅଜିତ୍‌ ପାଓ୍ୱାର ।

ତେବେ ଦିନକ ପୂର୍ବରୁ ଶିବସେନା-ଏନସିପି-କଂଗ୍ରେସ ମିଶି ସରକାର ଗଠନ କରିବେ ବୋଲି ନିଷ୍ପତ୍ତି ହୋଇଥିଲା । ହେଲେ ହଠାତ୍‌ ଶିବସେନା ଓ କଂଗ୍ରେସର ହାତ ଛାଡ଼ି ଅଜିତ୍‌ଙ୍କ ବିଜେପିକୁ ସମର୍ଥନ କରିବା ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ତେବେ ଅଜିତ୍‌ଙ୍କ ଏଭଳି ନିଷ୍ପତ୍ତିକୁ ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ବୋଲି କହିଛନ୍ତି ଏନ୍‌ସିପି ମୁଖ୍ୟ ଶରଦ ପାଓ୍ୱାର । ଅପରପକ୍ଷରେ ଅଜିତ ପାଓ୍ୱାର ବିଶ୍ୱାସଘାତ କରିଥିବା କହିଛି ଶିବସେନା ।

Leave a Reply