ଆଉ କୋଲକାତା ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ, ଆଜି ଉଦ୍‌ଘାଟିତ ହେବ ଆୟକର ଅପିଲେଟ ପ୍ରାଧିକରଣ

କଟକ: କଟକରେ ନିର୍ମାଣ ହୋଇଥିବା ଆୟକର ଅପିଲେଟ ପ୍ରାଧିକରଣ ବା ଆଇଟିଏଟି କାର୍ଯ୍ୟାଳୟ ଉଦ୍‌ଘାଟିତ ହେବାକୁ ଯାଉଛି । ଭିଡିଓ କନଫ୍ରେନ୍ସରେ ହେବ ଉଦଘାଟନ ଉତ୍ସବ । ଏଥିପାଇଁ ଏକ ବଡ଼ ହଲକୁ ସଜାଯାଇଛି । ଆଜି ଅପରାହ୍ନ ୪ଟା ୩୦ ମିନିଟକୁ ନିର୍ଧାରଣ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସ ଯୋଗେ ଏହାକୁ ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସିରେ ଯୋଗ ଦେବେ ।

ଏହା ଆୟକର ବିବାଦ ସଂପର୍କରେ ଓଡିଶାର ସର୍ବୋଚ୍ଚ ପ୍ରାଧିକରଣ ଭାବେ କାମ କରିବ । ଏହା ଦ୍ୱାରା ସହଜରେ ଆୟକର ନେଇ ରାଜ୍ୟ ଭିତରେ ଉପୁଜୁ ଥିବା ବିବାଦର ଶୀଘ୍ର ସମାଧାନ ହୋଇପାରିବ । ରାଜ୍ୟରେ ପ୍ରଥମେ କୋଲକାତା ବ୍ରାଞ୍ଚ ଉପରେ ନିର୍ଭର କରିବାକୁ ପଡ଼ୁଥିଲା । କିନ୍ତୁ ଏବେ ସମ୍ପୂର୍ଣ୍ଣ ଭାବରେ କଟକରେ ହୋଇଥିଲା ଅପିଲେଟ ପ୍ରାଧିକରଣରେ କାର୍ଯ୍ୟ ହେବ ।

Leave a Reply