NCERT ପାଠ୍ୟକ୍ରମରୁ ବାଦ୍ ପଡ଼ିଲା ଇଭଲ୍ୟୁସନ ଥିଓରୀ
1 min read
ନୂଆଦିଲ୍ଲୀ: NCERT ପାଠ୍ୟକ୍ରମରୁ ବାଦ ପଡ଼ିଲା ଇଭଲ୍ୟୁସନ ଥିଓରୀ । ପୂର୍ବରୁ ଦଶମ ଶ୍ରେଣୀରେ ପଢ଼ାଯାଉଥିବା ଚାର୍ଲସ ଡାରଉଇନଙ୍କ ଥିଓରୀ ଅଫ୍ ଇଭଲ୍ୟୁସନ NCERT ପାଠ୍ୟକ୍ରମରୁ ବାଦ୍ ପଡ଼ିଛି । ଏନେଇ ବୈଜ୍ଞାନିକ ଓ ଶିକ୍ଷାବିତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଏହା ଦ୍ବାରା ମଣିଷ ସୃଷ୍ଟିର ପ୍ରକୃତ ବୈଜ୍ଞାନିକ ତଥ୍ୟ ଛାତ୍ରଛାତ୍ରୀମାନେ ଜାଣିପାରିବେ ନାହିଁ । ପାଠ୍ୟକ୍ରମରେ ଏହାକୁ ପୁଣି ଥରେ ସ୍ଥାନ ଦେବାକୁ ଶିକ୍ଷାବିତମାନେ ଦେଶରେ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ କରିଛନ୍ତି । ୨୨ ଶହରୁ ଅଧିକ ଶିକ୍ଷାବିତ ଓ ବୁଦ୍ଧିଜୀବୀ ଇଭଲ୍ୟୁସନ ଥିଓରୀକୁ ସିଲାବସରେ ସାମିଲ କରିବାକୁ ସମର୍ଥନ ଜଣାଇଛନ୍ତି ।