ସ୍କୁଲ ପିଲା ପଢିବେ ରାମାୟଣ, ମହାଭାରତ !

1 min read

ନୂଆଦିଲ୍ଲୀ : ସ୍କୁଲ ପାଠ୍ୟପୁସ୍ତକରେ ଅନ୍ତର୍ଭୁକ୍ତ ହେବ ରାମାୟଣ ଏବଂ ମହାଭାରତ। ଏଥର ପିଲାମାନେ ପଢିବେ ରାମାୟଣ, ମହାଭାରତ। ଏନେଇ ଏନସିଇଆରଟିର ୭ ଜଣିଆ କମିଟି ସୁପାରିଶ କରିଛି।

ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ ବା (ଏନସିଆରଟି)ର ସିଲାବସରେ ରାମାୟଣ ଏବଂ ମହାଭାରତ ଭଳି ଉପନ୍ୟାସଗୁଡିକ ସାମିଲ ହୋଇପାରେ। NCERTର ୭ ଜଣିଆ ସଦସ୍ୟ ପାଠ୍ୟପୁସ୍ତକରେ ରାମାୟଣ ଓ ମହାଭାରତକୁ ଅର୍ନ୍ତଭୁକ୍ତ କରିବା ଲାଗି ସୁପାରିଶ କରିଛି। ସପ୍ତମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ରାମାୟଣ ଓ ମହାଭାରତ ଶିକ୍ଷା ଦେବାକୁ ଗୁରୁତ୍ୱ ଦିଆଯାଇଛି। ସାମାଜିକ ବିଜ୍ଞାନ ପାଠ୍ୟକ୍ରମରେ ସ୍ଥାନ ଦେବାକୁ ସୁପାରିଶ କରାଯାଇଛି। ଏହାସହ ସ୍କୁଲ କାନ୍ଥରେ ଆଞ୍ଚଳିକା ଭାଷାରେ ସମ୍ବିଧାନର ମୁଖବନ୍ଧ ଲେଖାଯିବାକୁ ପରାମର୍ଶ ଦେଇଛନ୍ତି କମିଟିର ଅଧ୍ୟକ୍ଷ ସି.ଆଇ ଆଇଜାକ୍ ।

୭ଜଣିଆ କମିଟିର ସୁପାରିଶକୁ ଏବେ ଜାତୀୟ ସିଲାବସ ଏବଂ ଶିକ୍ଷାଦାନ, ଶିକ୍ଷା ସାମଗ୍ରୀର ବିକାଶ ପାଇଁ ଗଠିତ ୧୯ଜଣିଆ କମିଟି ନିକଟକୁ ପଠାଯିବ । କମିଟି ଦ୍ୱାରା ଏହାର ସମୀକ୍ଷା ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ରାମାୟଣ ଓ ମହାଭାରତ ଗ୍ରନ୍ଥର ବିଷୟବସ୍ତୁକୁ ସାମାଜିକ ବିଜ୍ଞାନ ସିଲାବସରେ ସ୍ଥାନିତ କରାଗଲେ ଏହା ଅତ୍ୟନ୍ତ ଫଳପ୍ରଦ ହୋଇପାରିବ ବୋଲି କମିଟି କହିଛି ।

ଏହାପୂର୍ବରୁ ଉକ୍ତ ପ୍ୟାନେଲ ପାଠ୍ୟପୁସ୍ତକରେ ଦେଶର ନାମ ‘ଇଣ୍ଡିଆ’ରୁ’ ଭାରତ ‘କୁ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଥିଲା। ପ୍ରାଚୀନ ଇତିହାସ ବଦଳରେ ପାଠ୍ୟକ୍ରମରେ, ‘ଶାସ୍ତ୍ରୀୟ ଇତିହାସ’ ଆରମ୍ଭ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।