NCERT ପୁସ୍ତକକୁ ନେଇ କେନ୍ଦ୍ରକୁ ସୁପ୍ରିମ ଛାଟ, କ୍ଷମା ମାଗିଲା କେନ୍ଦ୍ର
ନନ୍ଦିଘୋଷ ବ୍ୟୁରୋ: ଏନସିଇଆରଟି ପୁସ୍ତକରେ ବିଚାର ବିଭାଗ ସମ୍ପର୍କିତ ବିଷୟକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ଏପରକି ଭବିଷ୍ୟତରେ ଶିକ୍ଷା ମନ୍ତ୍ରାଳୟର କୌଣସି ପୁସ୍ତକରେ ଏହି ଲେଖକଙ୍କୁ ସ୍ଥାନ ନଦେବା ଲାଗି କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର କ୍ଷମା ମାଗିଛନ୍ତି ।
ଏନସିଇଆରଟି ପୁସ୍ତକରେ ଏହି ବିଷୟ ସ୍ଥାନୀତ କରିବା ମୂଳରେ କୌଣସି ଉଦ୍ଦେଶ୍ୟ ନଥିଲା ବୋଲି କହିଥିଲା ଏନସିଇଆରଟି । ଏକ୍ସପ୍ଲୋରିଂ ସୋସାଇଟି: ଇଣ୍ଡିଆ ଆଣ୍ଡ ବିୟଣ୍ଡ ଭଲ୍ୟୁମ-୨ ପୁସ୍ତକର ଚାପ୍ଟର ୪ରେ ଦି ରୋଲ ଅଫ ଜୁଡିସିଆରୀ ଇନ ଆୱାର ସୋସାଇଟିରେ ଏହି ବିଷୟ ସ୍ଥାନୀତ ହୋଇଥିଲା । କେବଳ ନ୍ୟାୟପାଳିକାରେ ଦୁର୍ନୀତି କାହିଁକି ପଢାଯିବ ଅନ୍ୟ କେଉଁ ସଂସ୍ଥା ବା ବିଭାଗରେ ହେଉଥିବା ଦୁର୍ନୀତ ବିଷୟରେ କାହିଁକି ପଢା ନଯିବ ବୋଲି ବିଭିନ୍ନ ମହଲରୁ ପ୍ରଶ୍ନ ଉଠିଥିଲା ।

