Sushant Singh Rajput Death Case: ସାରା, ରକୁଲପ୍ରୀତ ଓ ଶ୍ରଦ୍ଧାଙ୍କ ପରେ ଡ୍ରଗ୍ସ କନେକ୍ସନରେ ଯୋଡ଼ି ହେଲା ଦୀପିକାଙ୍କ ନାଁ

NCB Summons Bollywood Actress Deepika Padukone And 7 Others

ମୁମ୍ବାଇ : ସୁଶାନ୍ତ ସିଂ ମୃତ୍ୟୁ ମାମଲା ଡ୍ରଗ୍ସ କନେକ୍ସନ ଆଡ଼କୁ ମୁହାଁଇଥିବା ବେଳେ ସାମ୍ନାକୁ ଆସିଛି ଜଣକ ପରେ ଜଣେ ବଲିଉଡ ସେଲିବ୍ରିଟିଙ୍କ ନାମ । ଗିରଫ ହୋଇଛନ୍ତି ଏକାଧିକ ଡ୍ରଗ ପେଡଲର । ରକୁଲପ୍ରୀତ, ସାରା ଅଲି ଖାନ୍‌, ସିମୋନ ଖମ୍ବାଟାଙ୍କ ନାମ ସାମ୍ନାକୁ ଆସିବା ପରେ ଏବେ ଦୀପିକା ପାଦୁକୋନଙ୍କ ନାମ ଏହି କନେକ୍ସନରେ ଯୋଡ଼ି ହୋଇ ଯାଇଛି ।

ଡ୍ରଗ୍‌ସ ଲିଙ୍କରେ ଆସିଛି ଦୀପିକା ପାଦୁକୋନଙ୍କ ନାମ । ଦୀପିକାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ସମନ୍ କରିଛି ଏନସିବି । ଏଥିସହ ସୁଶାନ୍ତ ସିଂ ରାଜପୁତଙ୍କ ମ୍ୟାନେଜର ଶ୍ରୁତି ମୋଦି ଓ ପୂର୍ବତନ ଟ୍ୟାଲେଣ୍ଟ ମ୍ୟାନେଜର ଜୟା ଶାହାଙ୍କୁ ମଧ୍ୟ ଡ୍ରଗ୍‌ସ ଲିଙ୍କ ନେଇ ସମନ୍ କରାଯାଇଛି । ଗତକାଲି ଜୟା ଶାହାଙ୍କୁ ୪ ଘଣ୍ଟା ଜେରା ବେଳେ ଅନେକ ଖୁଲାସା ହୋଇଛି । ଦୀପିକା ଓ କରିସ୍ମାଙ୍କ ଡ୍ରଗ୍‌ସ ଚାଟ୍ ସାମନାକୁ ଆସିଛି ।

ସେପଟେ ଏନସିବି ସ୍କାନରରେ ଥିବା ବଲିଉଡ୍ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍, ଶ୍ରଦ୍ଧା କପୁର, ସିମୋନ ଖମ୍ବାଟା ଓ ରକୁଲ ପ୍ରୀତ ସିଂଙ୍କୁ ନୋଟିସ୍ ପଠାଇବ ଏନସିବି । ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା ବେଳେ ଏମାନଙ୍କ ନାମ ନେଇଥିଲେ ରିୟା । ସେହିପରି ଶ୍ରଦ୍ଧାଙ୍କୁ ମଧ୍ୟ ସମନ କରାଯିବ । ସାରା ଡ୍ରଗ୍ସ ନେବା ସହ ଜଣେ ମାଫିଆଙ୍କ ସହ ସମ୍ପର୍କରେ ଥିବା ଜାଣିବାକୁ ପାଇଛି ଏନ୍‌ସିବି।

Leave a Reply