spot_img

Latest Posts

ଏନସିବିର ମହାଖୁଲାସା: ଆର୍ଯ୍ୟନ୍ ନେଇଥିଲେ ଡ୍ରଗ୍ସ ,ବନ୍ଧୁ ଅରବାଜଙ୍କ ଜୋତାରେ ଥିଲା ୬ଗ୍ରାମ ଡ୍ରଗ୍ସ

ମୁମ୍ବାଇ; ସତ ମାନିଲେ କିଙ୍ଗଖାନଙ୍କ ପୁଅ । ଡ୍ରଗ୍ସ ନେବା କଥା ଏନସିବି ଆଗରେ ମୁହଁ ଖୋଲି କହିଲେ । ଏନସସିବି କରୁଛି ଆର୍ଯ୍ୟନ ଖାନ ଡ୍ରଗ୍ସ ଲିଙ୍କର ତଦନ୍ତ ।  ଗିରଫ ହେବାପରେ ନୂଆ ନୂଆ ତଥ୍ୟ ସବୁ ସାମ୍ନାକୁ ଆସୁଛି । ଏନସିବିର ଯାଂଚ ଅନୁସାରେ ପ୍ରଥମରୁ ଆର୍ଯ୍ୟନ ଡ୍ରଗ୍ସ ନେଇଥିବାର କଥା ସ୍ବିକାର କରିଥିଲେ । ଏମିତିକି ସେ ନିଜ ବନ୍ଧୁ ଅରବାଜଙ୍କ ସହିତ ଡ୍ରଗ୍ସ ସେବନ କରନ୍ତି ।  ଏହି ଡ୍ରଗ୍ସକୁ କ୍ରୁଜ ଭିତରକୁ ନେବା ପାଇଁ ଅରବାଜ୍ ମର୍ଚାଣ୍ଟ ନିଜ ଜୋତାର ସାହାର ନେଇଥିଲେ । ନିଜ ଜୋତା ଭିତରେ ପ୍ରାୟ ୬ ଗ୍ରାମର ଡ୍ରଗ୍ସ ଲୁଚାଇ ଏହି ଆଲିସାନ୍ ପାର୍ଟୀର ମଜା ଉଠାଇବାର ପ୍ଲାନ କରିଥିଲେ ।

ତେବେ ଆର୍ଯ୍ୟନଙ୍କ ସହିତ ଡ୍ରଗ୍ସ ନେବାର କଥା ପୂର୍ବରୁ ବି ଅରବାଜ୍ ମାନିସାରିଥିଲେ । ଅକ୍ଟୋବର ୨ ତାରିଖ ଦିନ କ୍ରୁଜରେ ରେଭ୍ ପାର୍ଟୀର ମହାଖୁଲାସା ହେଉଥିବା ସମୟରେ ଆର୍ଯ୍ୟନ ଓ ତାଙ୍କ ବନ୍ଧୁମାନଙ୍କୁ ପଚରାଉଚରା କରାଯାଇଥିଲା । ସେହି ସମୟରେ ଯେତେବେଳେ ଏନସିବି ପଚରିଥିଲା, ଅରବାଜ ମର୍ଚାଣ୍ଟ ନିଜେ ଜୋତାରୁ ଏକ ଜିପ୍ ଲକ୍ ଥଳି ବାହାର କରିଥିଲେ । ଅରବାଜ ଏହା ମଧ୍ୟ ସ୍ୱିକାର କରିଥିଲେ କି, ଯେ  ଆର୍ଯ୍ୟନ୍ ଖାନଙ୍କ ସହ ସେ ବି ଚରସ ଓ ନିଶାଦ୍ରବ୍ୟ ନେଉଛନ୍ତି ।

ଏହାସହ ସେମାନେ କ୍ରୁଜରେ ମଧ୍ୟ ନିଶା ସପ୍ଲାଇ କରିବାକୁ ଯୋଜନା କରିଥିଲେ । ଯେତେବେଳେ ଏନସିବି ଅଧିକାରୀମାନେ ଆର୍ଯ୍ୟନ୍ ଖାନଙ୍କୁ ପଚାରିଥିଲେ, ସେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ସେ ଡ୍ରଗ୍ସ ନିଅନ୍ତି । ଏମିତିକି ଏନସିବିର ଛାପା ମାରିବା ପଛରେ ବି ଏକ ଗୁପ୍ତଲିଙ୍କ ରହିଥିଲା । ଏନସିବିକୁ ପୂର୍ବରୁ ସୂଚନା ମିଳିଥିଲା ଯେ  କାର୍ଡିଲିୟା କ୍ରୁଜରେ ରେଭ୍ ପାର୍ଟୀ ହେବାକୁ ଯାଉଛି । ଯେଉଁଠି ଡ୍ରଗ୍ସ ଏବଂ ନିଶାଦ୍ରବ୍ୟର ବ୍ୟବହାର ହେବାକୁ ଯାଉଛି । ସେଥିପାଇଁ ଘଟଣାସ୍ଥଳରେ ଏନସିବି ରେଡ୍ କରିଥିଲା । କିନ୍ତୁ ସେଠାରେ ଗୋଟିଏ ସୂତ୍ରରୁ ଆଉ ଏକ ସତ ସାମ୍ନାକୁ ଆସିଲା  । ବର୍ତ୍ତମାନ ଏହି ଘଟଣାରେ ଦେଶବାସୀଙ୍କ ନଜର ରହିଛି । ଜଣେ ଫେମସ୍ କଳାକାରଙ୍କ ପୁଅର ଡ୍ରଗ୍ସ ଲିଙ୍କ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେଥିପାଇଁ ଏନସିବି ସମସ୍ତ ତଥ୍ୟ ଓ ପ୍ରମାଣ ଆଧାରରରେ ସ୍ପଷ୍ଟବାଦୀ ହୋଇ ତଦନ୍ତ ଜାରି ରଖିଛି । ଅନ୍ୟପଟେ ଶାହରୁଖଙ୍କ ଫ୍ୟାନ୍ସଙ୍କର ଭାରୀ ମାତ୍ରାରେ ସପୋର୍ଟ ମଧ୍ୟ ମିଳୁଛି । କିନ୍ତୁ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଅଡୁଆ ବଢିବାରେ ଲାଗିଛି। ଶୁକ୍ରବାର ତାଙ୍କ  ଜାମିନ ଆବେଦନ ଖାରଜ  ହୋଇ ଯାଇଛି। ଆର୍ୟନଙ୍କ ସହିତ ଅରବାଜ ଏବଂ ମୁନମୁନଙ୍କ ମଧ୍ୟ ଜାମିନ ଆବେଦନ ଅଗ୍ରାହ୍ୟ  କରିଛନ୍ତି ଅଦାଲତ। ଜାମିନ ଆବେଦନ ଖାରଜ ହେବା ପରେ ଆର୍ୟନ ଖାନଙ୍କ ସହିତ ଅନ୍ୟ ଅଭିଯୁକ୍ତଙ୍କୁ ଆର୍ଥର ରୋଡ୍ ଜେଲ୍ ପଠାଇ ଦିଆଯାଇଛି। ସମସ୍ତଙ୍କୁକ ଏବେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରହିବାକୁ ପଡିବ। ବର୍ତ୍ତମାନ ଆର୍ୟନଙ୍କ ଜାମିନ ଆବେଦନ ସେସନ କୋର୍ଟରେ ଦାଖଲ କରାଯିବ।

Latest Posts

Don't Miss