ଆର୍ଯ୍ୟନ୍ଙ୍କୁ ରିୟାଙ୍କ ଭଳି ମାସ ମାସ ଧରି ଜେଲରେ ରଖିବାକୁ ପ୍ରସ୍ତୁତି ? NCB ଆପଣେଇଛି ସମାନ ପଦ୍ଧତି

ମୁମ୍ବାଇ: ବଲିଓଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ କ୍ରୁଜ ଡ୍ରଗ୍ସ ମାମଲାରେ ଗିରଫ ହୋଇ ଆର୍ଥର ରୋଡ ଜେଲରେ। ୧୪ ଦିନିଆ ନ୍ୟାୟିକ ହେପାଜତରେ ଅଛନ୍ତି ଆର୍ଯ୍ୟନ୍। କଏଦୀ ନମ୍ବର ୯୫୬ ଆର୍ଯ୍ୟନ୍ଙ୍କ ଜାମିନ ଉପରେ କୋର୍ଟରେ ଯୁକ୍ତି ସମାପ୍ତ ହୋଇଛି। ବର୍ତ୍ତମାନ ଅକ୍ଟୋବର ୨୦ ରେ ଜଜ୍ ବି.ବି ପାଟିଲ ଏହା ଉପରେ ରାୟ ଶୁଣାଇବେ। ଅକ୍ଟୋବର ୨୦ରେ ଆର୍ଯ୍ୟନଙ୍କ ଜେଲରେ ଶେଷଦିନ ବୋଲି ଜଜ୍ ଆର୍ଯ୍ୟନ୍ଙ୍କ ଓକିଲମାନେ ଆଶା କରୁଥିବାବେଳେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ର ପ୍ରସ୍ତୁତି କିନ୍ତୁ କିଛି ଅଲଗା ଥିବା ଜଣାପଡିଛି।
ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ବଲିଉଡରେ ସାମ୍ନାକୁ ଆସିଥିବା ଡ୍ରଗ୍ସର କାରବାର ଉପରେ ଏନସିବିର ତଦନ୍ତ ଅତ୍ୟନ୍ତ ଆକ୍ରମଣାତ୍ମକ ଢ଼ଙ୍ଗରେ ବୃଦ୍ଧି ପାଇଥିଛି। ଆଉ ଏବେ ରିୟା ଚକ୍ରବର୍ତ୍ତୀ ଏବଂ ଆର୍ଯ୍ୟନଙ୍କ ଗିରଫରେ ଏନ୍ସିବିର ମନୋଭାବ ସମାନ ଦେଖିବାକୁ ମିଳିଛି। ଯେମିତି ରିୟାଙ୍କୁ ଏନ୍ସିବି ମାସ ମାସ ଧିରି ଜେଲରେ ରଖିଥିଲା ଠିକ୍ ସେମିତି ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ମଧ୍ୟ ଆର୍ଯ୍ୟନ୍ଙ୍କୁ ମାସ ମାସ ଧରି ଜେଲରେ ରଖିବାକୁ ପ୍ରସ୍ତୁତ ହେଉଛି !
ହ୍ୱାଟସ୍ ଆପ୍ ଡ୍ରଗ୍ ଚାଟ୍ ଭରସାରେ ଦୁଇଟି ମାମଲା
ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଏନସିବି ଡ୍ରଗ୍ ଚାଟ୍ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଫଳସ୍ୱରୂପ, ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ସୋଭିକ ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଥିଲା। ଗିରଫ ପରେ ରିୟା ଚକ୍ରବର୍ତ୍ତୀ କୋର୍ଟରେ ଜାମିତ ପାଇଁ ଆବେଦନ କରିଥିଲେ। କିନ୍ତୁ ରିୟାଙ୍କୁ କୋର୍ଟ ଜାମିନ ପ୍ରଦାନ କରିନଥିଲେ। ଯାହାପରେ ତାଙ୍କୁ ଭାୟଖଲ୍ଲା ଜେଲରେ ବନ୍ଦୀ କରି ପ୍ରାୟ ଏକ ମାସ ପର୍ଯ୍ୟନ୍ତ ରଖରାଯାଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟପୂର୍ଣ୍ଣ କଥା ହେଉଛି ଉଭୟ ମାମଲାରେ ଆର୍ଯ୍ୟନ୍ ହୁଅନ୍ତୁ କିମ୍ବା ରିୟା ହୁଅନ୍ତୁ। ଏନସିବି ଉଭୟଙ୍କଠାରୁ କୌଣସି ଡ୍ରକ୍ସ ପାଇ ନାହିଁ। କେବଳ ବ୍ଲଡ ଟେଷ୍ଟରୁ ଜଣାପଡ଼ିଥିଲା କି ଦୁଇଜଣ ଡ୍ରଗ୍ସ ନିଅନ୍ତି ବୋଲି।
ପ୍ରଥମେ ଅଟକ ତାପରେ ଚାଟ୍ ଏବଂ ତାପରେ ଗିରଫ
ବର୍ତ୍ତମାନ ଯଦି ଆମେ ଉଭୟ ମାମଲାର ଅନୁସନ୍ଧାନର ପଦ୍ଧତି, କୋର୍ଟରେ ଏନସିବି ଦ୍ୱାରା ଉପସ୍ଥାପିତ ପ୍ରମାଣ ଏବଂ ବିଚାରପତିଙ୍କ ଆଗରେ ଯୁକ୍ତି ଦଲିଲ ଦେଖିବା ତେବେ ଉଭୟ ଆର୍ଯ୍ୟନ୍ ଏବଂ ରିୟା ଚକ୍ରବର୍ତ୍ତୀଙ୍କ କେସ୍ ମଧ୍ୟରେ ଅନେକ କିଛି ସମାନ ଦେଖିପାରିବା। ଏନସିବି ତରଫରୁ ଏଏସଜି ଅନିଲ ସିଂ କ୍ରମାଗତ ଭାବରେ କୋର୍ଟରେ ଡ୍ରଗ୍ସ ଚାଟ୍ ବିଷୟରେ ଯୁକ୍ତି ବାଢ଼ି ଚାଲିଛନ୍ତି। ଯଦି ଦେଖିବା ଏନଥସିବା ଆର୍ଯ୍ୟନ୍ ଏବଂ ରିୟା, ଦୁହିଁଙ୍କୁ ପ୍ରଥମେ ଥାନାରେ ଅଟକ ରଖିଥିଲା। ତା’ପରେ ସେମାନଙ୍କ ଫୋନ୍ ଜବତ କରାଯାଇଥିଲା ଏବଂ ପରେ ହ୍ୱାଟସ୍ ଆପ୍ ଚାଟ୍ ଆଧାରରେ ଉଭୟଙ୍କୁ ଗିରଫ କରାଯାଇଥିଲା।
ଆର୍ଯ୍ୟନ୍ ଏବଂ ରିୟାଙ୍କ ଡ୍ରଗ୍ସ ବେପାରୀଙ୍କ ସହ ଯୋଗାଯୋଗ ଅଭିଯୋଗ
ଆର୍ଯ୍ୟନ୍ଙ୍କ ମାମଲାରେ ଏନସିବି କୋର୍ଟରେ ଦାବି କରିଛି ଯେ ସେମାନେ ଆର୍ଯ୍ୟଙ୍କ ଫୋନରୁ ଏଭଳି ଚାଟ୍ ପାଇଛନ୍ତି, ଯାହା ପ୍ରମାଣ କରେ ଯେ ଆର୍ଯ୍ୟନ୍ ଡ୍ରଗ୍ସ ବିକ୍ରେତାଙ୍କ ସହ ଯୋଗାଯୋଗରେ ଥିଲେ। କେବଳ ଏତିକି ନୁହେଁ ଏନସିବିର କହିବା ଅନୁଯାୟୀ ଆର୍ଯ୍ୟନ୍ଙ୍କ ଚାଟରେ ବିଦେଶୀ ଡ୍ରଗ୍ସ ବ୍ୟବସାୟୀଙ୍କ ର ମଧ୍ୟ ଚାଟ ରହିଛି ଏବଂ ଭାରତକୁ ବଡ଼ ପରିମାଣରେ ବେପାର ପାଇଁ ଡ୍ରକ୍ସ ଆଣିବାର କଥା ମଧ୍ୟ ଚାଟରେ ରହିଛି। ଏହି କାରଣରୁ ଏନସିବି ସନ୍ଦେହ କରୁଛି ଯେ ଆର୍ଯ୍ୟଙ୍କ ଷ୍ଟ୍ରିଙ୍ଗ ଅନ୍ତର୍ଜାତୀୟ ଡ୍ରଗ୍ ଚୋରା ଚାଲାଣକାରୀଙ୍କ ସହ ମଧ୍ୟ ଜଡିତ। ଅନ୍ୟପକ୍ଷରେ ଯଦି ଦେଖିବା ରିୟା ଚକ୍ରବର୍ତ୍ତୀଙ୍କ କ୍ଷେତ୍ରରେ ମଧ୍ୟ ପରିସ୍ଥିତି ସମାନ ରହିଥିଲା।