ଆର୍ଯ୍ୟନଙ୍କ ଜାମିନ ଆବେଦନକୁ ଏନ୍‌ସିବିର ବିରୋଧ: କୋର୍ଟଙ୍କୁ କହିଲେ, ନିଶା କାରବାରେ ଆର୍ଯ୍ୟନଙ୍କ ସମ୍ପୃକ୍ତି ରହିଛି

ମୁମ୍ୱାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମୁମ୍ୱାଇ କ୍ରୁଜରୁ ଡ୍ରଗ୍ସ ମିଳିବା ମାମଲାରେ କୋର୍ଟ ନିକଟରେ ନିଜ ଜବାବ ଦାଖଲ କରିଛି । ସେଥିରେ ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଜାମିନକୁ ବିରୋଧ କରିଛି । ଏନ୍‌ସିବି ପକ୍ଷରୁ କୁହାଯାଇଛି ଯେ, ତାଙ୍କ ନିକଟରୁ ଡ୍ରଗ୍ସ ଜବତ ହୋଇନି, କିନ୍ତୁ ଆର୍ଯ୍ୟନ ସମେତ ଅନ୍ୟ ଗିରଫ ଅଭିଯୁକ୍ତ ଏଥିରେ ସାମିଲ ଅଛନ୍ତି । ଏନ୍‌ସିବି ପକ୍ଷରୁ କୁହାଯାଇଛି ଯେ, ଡ୍ରଗ୍ସ କାରବାର ବିଦେଶ ଲିଙ୍କ୍‌ ନେଇ ଯାଞ୍ଚ ଚାଲିଛି ଏବଂ ଏହା ଚାଲିବା ଦରକାର । ସ୍ୱତନ୍ତ୍ର ନାର୍କୋଟିକ ଡ୍ରଗ୍ସ ଆଣ୍ଡ ସବଟେନ୍ସ ଆକ୍ଟ (ଏନଡିପିଏସ୍) କୋର୍ଟରେ ଆର୍ଯ୍ୟନ ଖାନ୍ ଏବଂ ଅନ୍ୟମାନଙ୍କ ଜାମିନ ଆବେଦନ ଉପରେ ଦ୍ୱିପ୍ରହର ୨.୪୫ ମିନିଟରେ ଶୁଣାଣି ହେବ । ଅତିରିକ୍ତ ସଲିସିଟର ଜେନେରାଲ ଅନିଲ ସିଂହଙ୍କ କୋର୍ଟରେ ହାଜର କରାଯିବା ସମ୍ଭାବନା ରହିଛି ।

ଏନସିବି ମୁମ୍ୱାଇ କ୍ରୁଜ ସିପ୍ ଡ୍ରଗ୍ସ ମାମଲାରେ ଫିଲ୍ମ ନିର୍ମାତା ଏବଂ ବାନ୍ଦ୍ରାର ବିଲ୍ଡର ଇମ୍‌ତିଆଜ କ୍ଷେତ୍ରୀଙ୍କୁ ପଚରାଉଚରା ନେଇ ନୋଟିସ କରିଛି । ତୃତୀୟ ଥର ପାଇଁ ଏନ୍‌ସିବି ତାଙ୍କୁ ନୋଟିସ କରିଛି । ମଙ୍ଗଳବାର ଇମ୍‌ତିଆଜ୍ କ୍ଷେତ୍ରୀଙ୍କୁ ଏନ୍‌ସିବି ୩ଘଣ୍ଟା ଯାଏଁ ପଚରାଉଚରା କରିଛି ଏବଂ ପରେ ଛାଡ଼ିଦେଇଛି । ତାଙ୍କୁ ପୁଣି ଏଜେନ୍ସି ସାମ୍ନାରେ ହାଜର ହେବାକୁ ପଡ଼ିବ, କାହିଁକି ନା ବିସ୍ତୃତ ବୟାନ ଦାୟର ହେବାର ଅଛି । ଏନ୍‌ସିବି ପକ୍ଷରୁ କୁହାଯାଇଛି ଯେ, ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଖାନ କ୍ରୁଜ ସିପରେ ଡ୍ରଗ୍ସ ସେବନ କରିଛି । ଏହା ନାର୍କୋଟିକ୍ସ ଡ୍ରଗ୍ସ ଆଣ୍ଟ ସାଇକୋଟ୍ରାପିକ୍ ସବ୍‌ଟେନ୍ସ ଆକ୍ଟ ୧୯୮୫ ଅନୁଯାୟୀ ଭାରତରେ ଏହା ଏକ ଅପରାଧ । ଏନସିବି ଆର୍ଯ୍ୟନ ଖାନ୍ ଉପରେ ଅବୈଧ ଡ୍ରଗ୍ସ ବିକ୍ରି ନେଇ ମଧ୍ୟ ଅଭିଯୋଗ କରିଛି ।

ଏଥିସହିତ ପଢ଼ନ୍ତୁ: ନିଖୋଜ ଆଲିବାବା ଗ୍ରୁପର ପ୍ରତିଷ୍ଠାତା ଜାକ ମାଙ୍କ ମିଳିଲା ସନ୍ଧାନ!

Leave a Reply