ଭାରତରେ କେଉଁ କାର୍‌ କେତେ ସୁରକ୍ଷିତ ? ପ୍ରଥମ ସ୍ଥାନରେ କିଏ ଅଛି ? ତାଲିକା ଜାରି କଲା NCAP

1 min read

ନୂଆଦିଲ୍ଲୀ: ସାରା ବିଶ୍ୱରେ ଯଦି ସଡ଼କ ଦୁର୍ଘଟଣା କେଉଁଠାରେ ଅଧିକ ହେଉଥାଏ, ତାହା ହେଉଛି ଭାରତ । ଏଥିରେ ଲଗାମ ଦେବାକୁ ସରକାର ଟ୍ରାଫିକ୍‌ ନିୟମକୁ କଡ଼ାକଡ଼ି କରୁଛନ୍ତି । ଏହା ବାଦ୍‌ ଗାଡ଼ି ଗୁଡ଼ିକର ଟେକ୍ନୋଲୋଜି ଉପରେ ମଧ୍ୟ ବିଶେଷ ନଜର ଦିଆଯାଉଛି । ଗତ କିଛି ବର୍ଷ ହେବ ସେଫ୍ଟି ଫିଚର୍ସ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଏଭଳି ସ୍ଥିତିରେ ଆପଣ ଯଦି ଜାଣିବାକୁ ଚାହୁଁଛନ୍ତିଯେ ଭାରତରେ ସବୁଠାରୁ ସୁରକ୍ଷିତ କାର ବିଷୟରେ ତେବେ ସହଜରେ ଜାଣିପାରିବେ ।

ଗ୍ଲୋବାଲ NCAP ୨୦୧୪ରେ ଭାରତର ସବୁଠାରୁ ସୁରକ୍ଷିତ କାର ବାବଦରେ ଏକ କ୍ରାଶ୍‌ ଟେଷ୍ଟିଂ ଆରମ୍ଭ କରିଥିଲା । ଯାହାପରେ ଏପର୍ଯ୍ୟନ୍ତ ୫୩ଟି ଗାଡ଼ିର ସେଫ୍ଟି ରେଟିଂ ଜାରି ହୋଇଛି । ଯଦି ଏହି ତାଲିକାକୁ ନଜର ଦେବା ତେବେ ଫାଇଭ ଷ୍ଟାର କାରରେ ଟାଟାର ତିନୋଟି,  ମହିନ୍ଦ୍ରାର ଦୁଇଟି କାର ସାମିଲ ରହିଛି । ଟପ୍‌ ୫ ତାଲିକାରେ ପ୍ରଥମ ସ୍ଥାନରେ ଅଛି Mahindra XUV 700, ଦ୍ୱିତୀୟରେ Tata Punch, ତୃତୀୟରେ Mahindra XUV 300, ଚତୁର୍ଥରେ Tata Altroz ଏବଂ ପଞ୍ଚମରେ Nexon ।

ଦେଶର ଟପ୍‌ ୧୦ କାର ମଧ୍ୟରେ ମଧ୍ୟ ଟାଟାର ରାଜୁତି । ଟପ୍‌ ୧୦ କାର ମଧ୍ୟରୁ ୫ଟି କେବଳ ଟାଟାର । ଆଉ ତିନୋଟି ମହିନ୍ଦ୍ରାର ଏବଂ ଦୁଇଟିରୁ ଗୋଟିଏ Honda City ଏବଂ ଅନ୍ୟଟି Toyota Urban Cruiserର ରହିଛି ।