ଆହୁରି ୩ ମାସ ଜମ୍ମୁ ଓ କଶ୍ମୀରରେ ଗୃହବନ୍ଦୀ ରହିବେ ଫାରୁକ୍ ଅବଦୁଲ୍ଲା

ଶ୍ରୀନଗର : ନ୍ୟାସନାଲ୍ କନଫେରେନ୍ସ ନେତା ତଥା ସାଂସଦ ଫାରୁକ୍ ଅବଦୁଲ୍ଲା ଆହୁରି ୩ ମାସ ପାଇଁ ଗୃହ ବନ୍ଦୀ ରହିବେ । ଶ୍ରୀନଗରର ଏକ ସବଜେଲ୍ ଏହି ନିର୍ଦ୍ଦେଶ ଦେଇଛନ୍ତି । ଅଗଷ୍ଟ ୫ ତାରିଖରୁ ଶ୍ରୀନଗରରେ ନଜର ବନ୍ଦୀ ଅଛନ୍ତି ଜମ୍ମୁ ଓ କଶ୍ମୀରର ଏ ପୂର୍ବତନ ମୁଖ୍ୟମନ୍ତ୍ରୀ । ଏବେ ପୁଣିଥରେ ଏହି ଅବଧିକୁ ୩ ମାସ ବୃଦ୍ଧି କରାଯାଇଛି ।

ପବ୍ଲିକ୍ ସେଫଟି ଆଇନ୍ ଅନୁସାରେ ଜଣେ ବ୍ୟକ୍ତିଙ୍କୁ ବିନା ବିଚାରରେ ୨ ବର୍ଷ ଯାଏଁ ନଜରବନ୍ଦୀ ରଖାଯାଇପାରିବ । ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବିଭିନ୍ନ ରାଜନୀତିକ ଦଳର ନେତାଙ୍କୁ ଗୃହବନ୍ଦୀ କରି ରଖାଯାଇଥିଲା । ପାର୍ଲାମେଣ୍ଟର ଶୀତ ଅଧିବେଶନରେ ଯୋଗଦେବାକୁ ଚିଠି ମାଧ୍ୟମରେ ଫାରୁକ ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ଅନୁମତି ମିଳିନଥିଲା ।

Leave a Reply