ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ୩୦ ହଜାର କିଲୋ ସୁନାସହ ଅନ୍ୟାନ୍ୟ ସମ୍ପତ୍ତିର ମିଳିଲା ପତ୍ତା !

1 min read

ଦ୍ୱିତୀୟ ବିଶ୍ୱଯୁଦ୍ଧ (WW2) ସମୟରେ ହିଟଲର ନାଜି ସେନା ବହୁ ଲୁଟପାଟ କରିଥିଲା । ବର୍ତ୍ତମାନ ଜଣେ ନାଜି କମାଣ୍ଡରଙ୍କ ଡାଏରୀରେ ଜର୍ମାନ ସେନା ଦ୍ୱାରା ଲୁଟ୍ ହୋଇଥିବା ଧନସମ୍ପଦର ପତ୍ତା ମିଳିଛି । ଏହି ଭଣ୍ଡାରଗୁଡ଼ିକରେ ପ୍ରାୟ ୩୦ ଟନ୍ ଅର୍ଥାତ୍ ୩୦ ହଜାର କିଲୋଗ୍ରାମ ସୁନା, ମହଙ୍ଗା ଓ ଅମୂଲ୍ୟ କଳାକୃତି ଆଦି ଅନ୍ତର୍ଭୁକ୍ତ ରହିଛି । ଏହି ଭଣ୍ଡାର ବିଷୟରେ ଡାଏରୀରେ ଲେଖାଯାଇଛି । ଯେଉଁଥିରେ କୁହାଯାଇଛି ଯେ ଏହି ଧନଗୁଡିକ ୧୧ଟି ବିଭିନ୍ନ ସ୍ଥାନରେ ରଖାଯାଇଛି ।

୭୫ ବର୍ଷ ପୂର୍ବେ, ନାଜି କମାଣ୍ଡର ହେନିରଚ୍ ହିମଲର୍ ଏହି ସମସ୍ତ ଧନକୁ ବିଭିନ୍ନ ସ୍ଥାନରେ ଲୁଚାଇ ରଖିଥିଲେ । ବର୍ତ୍ତମାନ ତାଙ୍କ ଡାଏରୀରୁ ଏହି ସ୍ଥାନଗୁଡିକ ବିଷୟରେ ସୂଚନା ମିଳିଛି । ଏହି ଖବର ପୋଲାଣ୍ଡର ନ୍ୟୁଜ୍ ୱେବସାଇଟ୍ ଦି ଫାର୍ଷ୍ଟ ନ୍ୟୁଜ୍ ଦ୍ୱାରା ପ୍ରକାଶିତ ହୋଇଥିଲା । କୁହାଯାଏ ଯେ ଏହି ସୁନା ପୋଲାଣ୍ଡର ଏକ ସହର ବ୍ରେସଲାଉ (ବର୍ତ୍ତମାନ ରୋକ୍ଲା) ରୁ ଅଣାଯାଇଥିଲା  । ଆଜିର ଦିନରେ ଯଦି ଆମେ ଏହି ସୁନା ମୂଲ୍ୟ ଦେଖିବା, ତେବେ ଏହା ପ୍ରାୟ ୧୪ ଲକ୍ଷ କୋଟି ହେବ ।

ଦ୍ୱିତୀୟ ବିଶ୍ୱଯୁଦ୍ଧର ଅନେକ ଦଶନ୍ଧି ପର୍ଯ୍ୟନ୍ତ ଏହି ଡାଏରୀ ବିଷୟରେ ଉଲ୍ଲେଖ କରାଯାଇ ନାହିଁ । କାରଣ ଏହାକୁ ଗୁପ୍ତରେ ରଖାଯାଇଥିଲା । ଏହା ଜର୍ମାନୀର କୁଏଡଲିନବର୍ଗ ସହରରେ ଲୁଚାଇ ରଖାଯାଇଥିଲା । ଏହାକୁ ଏକ ମେସନିକ୍ ଲଜରେ ସମ୍ଭାଳି ରଖାଯାଇଥିଲା । ମାସୋନିକ୍ ଲଜ୍ ଏଠାରେ ହଜାର ବର୍ଷ ଧରି ରହିଛି ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ନାଜି କମାଣ୍ଡର ହିମଲର ଏଠାକୁ ଯିବା ଆସିବା କରୁଥିଲେ । ସେ ହିଁ ଏହାକୁ ଏଠାରେ ଲୁଚାଇ ରଖିଥିଲେ। କିନ୍ତୁ ୨୦୧୯ରେ ଲଜ୍ ଏହି ଡାଏରୀକୁ ପୋଲାଣ୍ଡ ଫାଉଣ୍ଡେସନ୍ ସିଲିସିଆନ୍ ବ୍ରିଜ୍ କୁ ଦେଇଥିଲା ।

ସିଲେସିୟନ ବ୍ରିଜର ପ୍ରତିନିଧି ରୋମାନ୍ ଫର୍ମାନିକ୍ ରୋମେନ ଗତ ବର୍ଷ ମାର୍ଚ୍ଚରେ ଘୋଷଣା କରିଥିଲେ ଯେ ତାଙ୍କୁ ତାଙ୍କ ଜର୍ମାନ ସାଥୀଠାରୁ ଯୁଦ୍ଧ ପାଇଁ କ୍ଷମା ମାଗିବା ଉପରେ ଏକ ଡାଏରୀ ମିଳିଛି । ଯେଉଁଥିରେ ଅନେକ ଧନସମ୍ପତ୍ତି ବିଷୟରେ ଉଲ୍ଲେଖ କରାଯାଇଛି । ସେଥିରେ ରୋଜାଟୋକା ପ୍ୟାଲେସରେ ସୁନା ଲୁଚି ରହିଥିବା ସ୍ଥାନର ଏକ ମାନଚିତ୍ର ମଧ୍ୟ ଅଛି ।

ରୋଜଟୋକା ପ୍ୟାଲେସ୍ ଲୋୟର ସିଲେସିଆ ଅଞ୍ଚଳରେ ରହିଛି । ଏହି ଅଞ୍ଚଳରେ, ପୋଲାଣ୍ଡର ସୈନିକମାନେ ଜର୍ମାନୀର ନାଜି ସେନାକୁ କଡା ଟକ୍କର ଦେଇଥିଲେ । କିନ୍ତୁ  ସେମାନଙ୍କୁ ଅଧିକ ସମୟ ଧରି ଅଟକାଇ ପାରିନଥିଲେ । ପରେ ନାଜି ସେନା ସେହି ଅଂଚଳରେ ଲୁଟପାଟ୍ କରିଥିଲେ ।

 

ଜର୍ମାନୀର ନାଜି ସୈନ୍ୟମାନେ ଲୋୟର ପୁରୁଣା କଳାକୃତି, ଅଳଙ୍କାର, ସୁନା-ରତ୍ନ ଇତ୍ୟାଦି ସିଲେସିୟାର ଗୁମ୍ଫା, କୂଅ ଏବଂ ସୁଡଙ୍ଗରେ ଲୁଚାଇ ରଖିଥିଲେ । ଏହା ବ୍ୟତୀତ ଦୁର୍ଗ ଏବଂ ମହଲରେ ସୁନା-ରତ୍ନକୁ ମଧ୍ୟ ଲୁଚାଇ ରଖାଯାଇଥିଲା ।

ଜର୍ମାନ ସୈନ୍ୟମାନେ ଇହୁଦି , ସଂଗ୍ରହାଳୟ ଏବଂ ବ୍ୟକ୍ତିଗତ ସଂଗ୍ରହକାରୀଙ୍କଠାରୁ ପ୍ରାୟ ୫୦ଲକ୍ଷ ୟୁରୋପୀୟ କଳାକୃତି ଲୁଟି ନେଇଥିଲେ ।  ।

Leave a Reply