ତୋରଣରେ ଓଡ଼ିଶାର କଳା, ସଂସ୍କୃତି ଓ ଟେରାକୋଟାର ଝଲକ୍

ନନ୍ଦିଘୋଷ ବ୍ୟୁରୋ: ଶାରଦୀୟ ପୂଜା ଲାଗି ଉତ୍ସବ ମୁଖର ରାଜଧାନୀ। ଦେଶ, ବିଦେଶ ର ମନ୍ଦିର ଓ ପ୍ୟାଲେଶକୁ ନେଇ ଭୁବନେଶ୍ୱର ତିଆରି ହୋଇଛି ତୋରଣ। ଭୁବନେଶ୍ୱର ବାସିନ୍ଦାଙ୍କ ଲାଗି ନୂଆ କରି କାଳ୍ପନିକ ତୋରଣ ଭେଟି ଦେଇଛି ନୂଆପଲି ପୂଜା କମିଟି। ତୋରଣରେ ଓଡ଼ିଶାର କଲା, ସଂସ୍କୃତି ଓ ଟେରାକୋଟାର ଝଲକ। ବତା , ବାଉଁଶ ଓ ମାଟି ଘୋଡ଼ା ରେ ତିଆରି ହୋଇଛି ପୁରା ତୋରଣ। ଲାଲ ରଙ୍ଗର ତୋରଣ ହୋଇଥିବାରୁ ମଣ୍ଡପଟି ନବ ବଧୂ ପରି ସଜେଇ ହୋଇଛି। 80 ଫୁଟର ଉଚ୍ଚତା ଓ 120 ଫୁଟ ଚଉଡା ରହିଛି। ଜାତୀୟ ରାଜପଥ କଡ଼ରେ ହେଉଥିବାରୁ ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ଉପରେ କମିଟି ଅଧିକ ଧ୍ୟାନ ଦେଇଛି।