spot_img

Latest Posts

କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ

ନୟାଗଡ଼: କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ । ବିକାଶ ପାଇଁ ଅର୍ଥ ଯୋଗାଇ ଦେଇଥିବାରୁ ଧନ୍ୟବାଦ ଜଣାଇଲେ ନୟାଗଡ଼ରବାସୀ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଫାଇଭ-ଟି ସଚିବ ଦଶପଲ୍ଲାରେ କିଛି ବାକି ଥିବା ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିବା ସହ ସମୀକ୍ଷା କରିଥିଲେ । ପରେ ମୁଖ୍ୟମନ୍ତ୍ରୀ ଏହାର ଉନ୍ନତି ପାଇଁ ଅର୍ଥ ଅନୁମୋଦନ କରିଛନ୍ତି । ଆଜି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ ,ଦଶପଲ୍ଲା ବ୍ଲକ ବିଜେଡି ସଭାପତି ସୁଦାମ ଚରଣ ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସାହୁଙ୍କ ସମେତ ବହୁ ବିଜେଡି କର୍ମୀ ଏବଂ ଜନସାଧାରଣ ମହାବୀର ମନ୍ଦିର ଠାରୁ ବାଇକ ରାଲିରେ ବାହାରି ବିଭିନ୍ନ ସ୍ଥାନକୁ ଯାଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଦଶପଲ୍ଲାର ଉନ୍ନତି ପାଇଁ ଅର୍ଥ ଯୋଗାଇ ଦେଇଥିବାରୁ ଜନସାଧାରଣ ଓ ବିଜେଡ଼ି କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Latest Posts

Don't Miss