ସତ ଲୁଚାଇବାକୁ ମିଛ କହୁଛନ୍ତି ସରୋଜ, ରଚିଛନ୍ତି ଲାଞ୍ଚ କାହାଣୀ

Nayagarh Pari Case, Saroj Makes False Allegation To Disturbing SIT Investigation  

ନୟାଗଡ଼: ନୟାଗଡ଼ ଯଦୁପୁର ପରୀ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । କ୍ରାଇମ୍‌ବ୍ରାଞ୍ଚ୍‌ ସ୍କାନର୍‌ରେ ଏବେ ଯଦୁପୁର ଗାଁର ସରୋଜ ସେଠୀ। ସରୋଜ ସନ୍ଦେହ ଘେରକୁ ଆସିଥିବାବେଳେ ଓଲଟା କ୍ରାଇମବ୍ରାଞ୍ଚ୍‌ ଉପରେ ଦୋଷ ଲଦୁଛନ୍ତି । ସରୋଜଙ୍କ ମିଛ କାହାଣୀର ପ୍ରମାଣ ଲାଗିଛି ନନ୍ଦିଘୋଷ ଟିଭି ହାତରେ । ଧୀରେଧୀରେ ଖୋଲୁଛି ସରୋଜଙ୍କ ଅସଲ ମୁଖା ।

Nayagarh Pari Case, Saroj Makes False Allegation To Disturbing SIT Investigation  

ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ଦୁଷ୍କର୍ମ ତଥା ହତ୍ୟା ଘଟଣାରେ ଚାଲିଛି କ୍ରାଇମବ୍ରାଞ୍ଚର ତଦନ୍ତ । ଯଦୁପୁର ଗାଁର ଶତାଧିକ ଯୁବକଙ୍କ ରକ୍ତ ନମୁନା ପରୀକ୍ଷା କରାଯାଉଛି । ସନ୍ଦେହରେ ଅନେକଙ୍କୁ ପଚରାଉଚରା ଚାଲିଛି । କିନ୍ତୁ ତଦନ୍ତ ଭୟରେ ପ୍ରଳାପ କରୁଛନ୍ତି ଯଦୁପୁର ଗାଁର ସରୋଜ ସେଠୀ । ଦୋଷ ମାନିନେବା ପାଇଁ ଏସଟିଏଫ ମୁଖ୍ୟ ୫ ଲକ୍ଷ ଲାଞ୍ଚ ଯାଚୁଥିବା ସରୋଜ କହୁଛନ୍ତି । ତେବେ ଏଥିରେ କେତେ ସତ୍ୟତା ଅଛି ତାହା ଜାଣିବା ପାଇଁ ନନ୍ଦିଘୋଷ ଟିଭି ପହଞ୍ଚିଥିଲା ଯଦୁପୁର ଗାଁରେ ।

Nayagarh Pari Case, Saroj Makes False Allegation To Disturbing SIT Investigation

ସରୋଜଙ୍କ କହିବା ଅନୁଯାୟୀ ଡିସେମ୍ବର ୨ ତାରିଖରେ ନୟାଗଡ ସର୍କିଟ ହାଉସରେ ସରୋଜଙ୍କୁ ପରୀ ହତ୍ୟା ସମ୍ପର୍କରେ ପଚରାଉଚରା କରିଥିଲେ ଏସଟିଏଫ ମୁଖ୍ୟ ଅରୁଣ ବୋଥ୍ରା । ପରୀ ହତ୍ୟା ପାଇଁ ଦୋଷ ମାନିନେବା ପାଇଁ ଅରୁଣ ବୋଥ୍ରା ତାଙ୍କୁ ଲାଞ୍ଚ ଯାଚୁଥିବା କଥା ପୁଣି ଦୋହରାଇଥିଲେ ସରୋଜ । ସାବାଳକ ଅଛ, ଆମେ ତମକୁ ନାବାଳକ କରିଦେବୁ ଏଭଳି କହିଥିବା ସରୋଜ କହିଛନ୍ତି । କିନ୍ତୁ ନନ୍ଦିଘୋଷ ଟିଭି ହାତରେ ସରୋଜଙ୍କ ଜନ୍ମ ପ୍ରମାଣ ପତ୍ର ଲାଗିଛି । ୨୦୦୩ ଫେବ୍ରୁଆରୀ ୬ ତାରିଖରେ ସରୋଜଙ୍କ ଜନ୍ମ ।

Nayagarh Pari Case, Saroj Makes False Allegation To Disturbing SIT Investigation

ଏହି ତାରିଖ ଅନୁଯାୟୀ ସେ ଏବେବି ନାବାଳକ ଅଛନ୍ତି । ଯଦି ସରୋଜ ଏବେବି ନାବାଳକ ତେବେ ଏସଟିଏଫ ମୁଖ୍ୟ ତାଙ୍କୁ ନାବାଳକ କରାଇଦେବେ ବୋଲି କାହିଁକି କହିବେ ? ଯଦି ସରୋଜ ହିଁ ମୁଖ୍ୟ ଅଭିଯୁକ୍ତ ତେବେ ତାଙ୍କୁ ସିଧାସଳଖ ଗିରଫ କରିବ ପୋଲିସ । ଲାଞ୍ଚ ଯାଚିବାର ପ୍ରଶ୍ନ ହିଁ ଉଠୁନାହିଁ ।  ଏସଟିଏଫ ମୁଖ୍ୟ ଲାଞ୍ଚ ଦେବା ଘଟଣା ସରୋଜ ବାରମ୍ବାର କହୁଥିଲେ ବି ଏହାର କୌଣସି ପ୍ରମାଣ ତାଙ୍କ ପାଖରେ ନାହିଁ । ଏହି ପ୍ରଶ୍ନ ପଚାରିବାରୁ ଉତ୍ତେଜିତ ହୋଇଯାଉଛନ୍ତି ସରୋଜ । ଏସଟିଏଫ ମୁଖ୍ୟ ଅରୁଣ ବୋଥ୍ରାଙ୍କୁ ବାଡେଇବେ ବୋଲି ଧମକ ବି ଦେଉଛନ୍ତି ସରୋଜ ।

Nayagarh Pari Case, Saroj Makes False Allegation To Disturbing SIT Investigation

ଲାଞ୍ଚ ଯାଚୁଥିବା ଘଟଣା ସରୋଜ କହୁଥିଲେ ବି ଏହି ବିଷୟରେ କାହାରି ପାଖରେ କୌଣସି ଖବର ନାହିଁ ।  ନା ପାଖ ପଡ଼ିଶା ଜାଣିଛନ୍ତି, ନା ଗାଁ ସଭାପତି । ସରୋଜଙ୍କ ଏଭଳି ଅଭିଯୋଗକୁ କେହି ବିଶ୍ବାସ କରୁନାହାନ୍ତି । ୨ ତାରିଖରେ ଯଦି ଏଭଳି ଘଟିଲା ତେବେ ଏତେଦିନ ସେ କାହିଁକି ଚୁପ୍ ଥିଲେ ବୋଲି ପ୍ରଶ୍ନ ଉଠିଛି । ଲାଞ୍ଚ ଯାଚିବାର ମିଛ କାହାଣୀ କହିବା ପାଇଁ ତାଙ୍କୁ ମୋଟା ଅଙ୍କର ଟଙ୍କା ମିଳିଛି ବୋଲି ଚର୍ଚ୍ଚା ହେଉଛି । ଏକ ନିର୍ଦ୍ଦିଷ୍ଟ ଶିବିର ଏଥିପାଇଁ ୨୫ ଲକ୍ଷର ଡିଲ୍ କରିଥିବା କୁହାଯାଉଛି । ଏବେ ସମୟ ଆସିଛି ସରୋଜ ପଛରେ କିଏ ତାକୁ ଖୋଜିବା ?

Nayagarh Pari Case, Saroj Makes False Allegation To Disturbing SIT Investigation

ନିଖୋଜ ହେବାର ପୂର୍ବ ଦିନ ସରୋଜଙ୍କ ଘରକୁ ପରୀ ଯାଇଥିଲା ବୋଲି ସରୋଜ ମାନିଛନ୍ତି । ଏଥିପାଇଁ ପ୍ରଥମ ଦିନରୁ ହିଁ କ୍ରାଇମବ୍ରାଞ୍ଚର ସ୍କାନରରେ ରହିଛି ସରୋଜ । ସରୋଜ ବ୍ୟବହାର କରୁଥିବା ମୋବାଇଲ ଏବେ କ୍ରାଇମବ୍ରାଞ୍ଚ ପାଖରେ । ତା’ସହ ସରୋଜଙ୍କ ବିଛଣା, ଗାମୁଛା, ସାର୍ଟ, ପ୍ୟାଣ୍ଟ ଓ ଚଡ଼ିଗଞ୍ଜି ବି ରଖିଛି କ୍ରାଇମ ବ୍ରାଞ୍ଚ । ସରୋଜଙ୍କ ମୋବାଇଲରେ ପାସୱାର୍ଡ ଲକ ଥିବାରୁ ତାହା ଖୋଲିବା ପାଇଁ ଗତ ୧୦ ତାରିଖରେ ଏସଟିଏଫ ମୁଖ୍ୟ ସରୋଜଙ୍କ ଘରକୁ ଯାଇଥିଲେ । କିନ୍ତୁ ସରୋଜ ଭୁଲ ପାସଓ୍ବାର୍ଡ ଦେଉଥିଲା ବୋଲି ଗାଁ ସଭାପତି କହିଛନ୍ତି । ଭୁଲ ପାସୱାର୍ଡ ଦେବା ଏବଂ ଏବେ ଲାଞ୍ଚ ଯାଚିବାର କାହାଣି କହିବା ପରୀ ହତ୍ୟାରେ ସରୋଜଙ୍କ ସମ୍ପୃକ୍ତିକୁ ନେଇ ସନ୍ଦେହ ଅଧିକ ଘନୀଭୂତ ହେଉଛି ।

Leave a Reply