ନୟାଗଡ଼ ଦେଖିଥିଲା ମାଓ ଆତଙ୍କର ଛାତିଥରା ଚିତ୍ର

1 min read

ନନ୍ଦିଘୋଷ ବ୍ୟୁରୋ: ୨୦୦୮ ଫେବ୍ରୁଆରୀ 15 ତାରିଖ । ନୟାଗଡ଼ ଦେଖିଥିଲା ମାଓ ଆତଙ୍କର ଛାତିଥରା ଚିତ୍ର । ଜିଲ୍ଲାର ୬ଟି ସ୍ଥାନରେ ତାଣ୍ଡବ ରଚିଥିଲେ ଲାଲବାହିନୀ । ଗୁଳି ଓ ବୋମା ମାଡରେ ଥରି ଉଠିଥିଲା ନୟାଗଡ । ରିଜର୍ଭ ଅଫିସ, ନୟାଗଡ ଥାନା, ଅସ୍ତ୍ରାଗାର, ମହିପୁର ଫାଣ୍ଡି, ନୂଆଗାଁ ଓ ଦଶପଲ୍ଲା ଥାନାରେ ହୋଇଥିଲା ଭୟାନକ ଆକ୍ରମଣ । ଏହାସହ ନୟାଗଡ ଅସ୍ତ୍ରାଗାରରୁ ମାଓବାଦୀ ଲୁଟିନେଇଥିଲେ ଶହଶହ ଅସ୍ତ୍ର-ସସ୍ତ୍ର । ଲାଲବାହୀନିଙ୍କ ଆକ୍ରମଣରେ 15ଜଣ ପୋଲିସ ଓ ଜଣେ ସାଧାରଣ ଲୋକ ପ୍ରାଣ ହରାଇଥିଲେ । ଘଟଣାକୁ 15ବର୍ଷ ପୂରିଥିଲେ ମଧ୍ୟ ସେହି କାଳରାତିର ଚିତ୍ର ଏବେବି ଆଖିଆଗକୁ ଚାଲିଆସେ ।

ଆକ୍ରମଣ ସମୟରେ ରିଜର୍ଭ ଅଫିସରେ ଡିୟୁଟିରେ ଥିବା ପ୍ରତିମା ରାଉତ 4ଟି ଗୁଳି ଖାଇ ସୌଭାଗ୍ୟବଶତଃ ବଞ୍ଚିଯାଇଥିଲେ । ହେଲେ 60 ପ୍ରତିଶତ ଭିନ୍ନକ୍ଷମ ହୋଇଥିଲେ ପ୍ରତିମା । ମାଓ ଆକ୍ରମଣର ତଦନ୍ତ କରି 13ଜଣକୁ ଗିରଫ କରିଥିଲା ନୟାଗଡ ପୋଲିସ ଓ କ୍ରାଇମବ୍ରାଞ୍ଚ । ଆବଶ୍ୟକ ପ୍ରମାଣ ଅଭାବରୁ 9 ଜଣ ନିର୍ଦ୍ଦୋଶରେ ଖଲାସ ହୋଇଥିବା ବେଳେ ଅନ୍ୟଜଣେ ବିଚାରାଧିନ ଅବସ୍ତାରେ ପ୍ରାଣ ହରାଇଥିଲେ । ନୟାଗଡ ଆକ୍ରମଣର ମୁଖ୍ୟ କୁହାଯାଉଥିବା ମାଓନେତା ସବ୍ୟଶାଚି ପଣ୍ଡା ଓ ଆଜାଦଙ୍କ ସମେତ ଅନ୍ୟ 3 ମାଓ ବାଦିଙ୍କ ବିଚାର ଏବେବି ନୟାଗଡ କୋର୍ଟରେ ଚାଲୁରହିଛି । ନୟାଗଡ ଆକ୍ରମଣକୁ 15 ବର୍ଷ ବିତିଥିଲେ ମଧ୍ୟ ଏବେବି ସେ କାଳରାତି କଥା ମନେ ପଡିଲେ ଥରିଉଠେ ନୟାଗଡବାସୀଙ୍କ ଛାତି ।