ପୋଖରୀରେ ବୁଡ଼ି ମାଆ ଝିଅଙ୍କ ମୃତ୍ୟୁ

ନୟାଗଡ଼: ଦଶହରାରେ ଅଘଟଣ । ପୋଖରୀରେ ବୁଡ଼ି ମାଆ ଝିଅ ମୃତ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ଘୋଳାହାଣ୍ଡିରେ ଘଟିଛି ଅଭାବନୀୟ ଘଟଣା  । ମୃତକ ରୀନା ପ୍ରଧାନ ଓ ୧୩ ବର୍ଷୀୟା ଝିଅ ବର୍ଷା । ଗାଧୋଇବାବେଳେ ଅସାବଧାନତାରୁ ଉଭୟ ପୋଖରୀରେ ବୁଡ଼ିଯାଇଥିଲେ । ପୋଖରୀରେ ଭାସୁଥିବାର ଦେଖି ଗାଁ ଲୋକ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଉଭୟଙ୍କୁ ମୃତ ଘୋଷଣା କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ସେପଟେ ମୃତ୍ୟୁ ଖବର ପାଇବା ପରେ ପରିବାରରେ ଖେଳି ଯାଇଛି ଶୋକର ଛାୟା । ସବୁଠି ଉତ୍ସବର ମାହୋଲ ଚାଲିଥିବାବେଳେ ଗାଁରେ କାନ୍ଦବୋବାଳିରେ ଫାଟି ପଡ଼ୁଛି ।