spot_img

Latest Posts

ଝିଅକୁ ମାରିବା ପରେ ନିଜେ ଆତ୍ମହତ୍ୟା କଲେ ବାପା !

ନନ୍ଦିଘୋଷ ବ୍ୟୁରୋ: ନୟାଗଡ଼ରେ ଚାଞ୍ଚଲ୍ୟ। ବନ୍ଦ ଘରୁ ଉଦ୍ଧାର ହେଲା ବାପ ଝିଅଙ୍କ ମୃତ ଦେହ। ୫ ବର୍ଷର ଝିଅର ମୃତ ଦେହ ବେଡ୍ ଉପରେ ପଡ଼ିଥିବା ବେଳେ ବାପାଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ମିଳିଛି। ଏହି ଘଟଣ ଘଟିଛି ଦେବୋତ୍ତର ଲେନ ୪ ରେ। ମୃତକ ହେଲେ ପୁଲକ ବିଶ୍ବାଳ ଓ ତାଙ୍କ ୫ ବର୍ଷର ଝିଅ ପଲକ ବିଶ୍ବାଳ। ୩ ମାସ ପୂର୍ବରୁ ଦ୍ବିତୀୟ ବିବାହ କରିଥିଲେ ପୁଲକ। ଆଗରୁ ତାଙ୍କର ପ୍ରଥମ ପତ୍ନୀଙ୍କ ମୃତ୍ଯୁ ହୋଇଥିଲା। ଗତ ସୋମବାର ବାପ ଘରକୁ ଯାଇଥିଲେ ପୁଲକଙ୍କ ପତ୍ନୀ। ଗତକାଲି ସେ ଫେରିବା ପରେ ଦେଖିଥିଲେ ଘର ଭିତର ପଟୁ ବନ୍ଦ ଅଛି। କବାଟ ବାଡ଼େଇବା ପରେ ମଧ୍ଯ ବହୁ ସମୟ ପର୍ଯ୍ଯନ୍ତ ନ ଖୋଲିବାରୁ ସନ୍ଦେହ ହୋଇଥିଲା। ପୋଲସକୁ ଡକାଯାଇଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ବିଳମ୍ବିତ ରାତିରେ ତାଲା ଭାଙ୍ଗି ଘରେ ପ୍ରବେଶ କରିଥିଲା। ଏହା ପରେ ବାପ ଝିଅଙ୍କ ମୃତ୍ଯୁ ହୋଇଥିବା ଜଣାପଡ଼ିଥିଲା। ସନ୍ଦେହ କରାଯାଉଛି ଝିଅକୁ ବିଷ ଦେଇ ମାରିବା ପରେ ବାପା ନିଜେ ଝୁଲି ପଡ଼ିଛି। ପୋଲିସ ଘଟଣାର ତଦନ୍ତ କରୁଛି।

Latest Posts

Don't Miss