ମାନିଲା ବାପା, ଦୁଇ ପୁଅଙ୍କୁ ମାରି ଦେଇଥିଲା ଆତ୍ମହତ୍ୟାର ରୂପ

ନୟାଗଡ଼: ଦ୍ଵିତୀୟ ବିବାହ ଲାଗି ନିଜର ଦୁଇ ଗେହ୍ନା ପୁଅଙ୍କୁ ମାରିବାକୁ ପଛାଇଲାନି ବାପା। ନୟାଗଡ଼ ଫତେଗଡ଼ରେ ଦୁଇ ପୁଅଙ୍କ ମୃତ୍ୟୁ ରହସ୍ୟ ଉପରୁ ହଟିଲା ପରଦା। ଦୁଇ ପୁଅଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିବା ମାନିଲା ବାପା। ଗତ ଚାରି ଦିନ ତଳେ ବାପା ପ୍ରକାଶ ମହାନ୍ତି ଓ ଜେଜେମା ସୌରୀ ମହାନ୍ତି ଏହି କାଣ୍ଡ ଭିଆଇ ଥିବା ଜଣାପଡିଛି।
ଫତେଗଡ଼ ଧାନଚାଙ୍ଗଡ଼ା ଗ୍ରାମରେ ଦୁଇ ପୁଅକୁ ହତ୍ୟା କରିଥିଲା ବାପା। ହତ୍ୟା କରିବା ପରେ, ପ୍ରମାଣ ନଷ୍ଟ କରିବାକୁ, ବାପା ପ୍ରକାଶ ମହାନ୍ତି ଏବଂ ଜେଜେମା ସୌରୀ ମହାନ୍ତି ଦୁଇ ନାବାଳକ ପୁଅକୁ ଦଉଡିରେ ଝୁଲାଇ ଦେଇଥଲେ। ପ୍ରକାଶ ମହାନ୍ତିଙ୍କ ସ୍ତ୍ରୀଙ୍କ ୩ ବର୍ଷ ପୂର୍ବରୁ ମୃତ୍ୟୁ ହୋଇସାରିଛି। ଦ୍ବିତୀୟ ବାହା ହେବା ପାଇଁ ଜିଦ ଧରି ବସିଥିଲେ ପ୍ରକାଶ। ହେଲେ ବାପାଙ୍କ ବିବାହକୁ ବଡ ପୁଅ ବିରୋଧ କରି ଆସୁଥିଲେ। ଏହାକୁ ନେଇ ବିବାହ ରାସ୍ତାରୁ କଣ୍ଟା ହଟାଇବାକୁ ନିଷ୍ପତ୍ତି ନେଇଥିଲେ ପିଶାଚ ବାପା ଓ ଜେଜେମା। ଦୁଇ ନାବାଳକଙ୍କୁ ଶୋଇଥିବା ଅବସ୍ଥାରେ ତଣ୍ଟି ଚିପି ହତ୍ୟା କରିଥିଲେ। ପରେ ପ୍ରମାଣ ନଷ୍ଟ କରିବାକୁ ଉଭୟକୁ ଘରେ ଭିତରେ ଗୋଟିଏ ଲୁଗାରେ ବାନ୍ଧି ଟାଙ୍ଗି ଆତ୍ମହତ୍ୟାର ରୁପ ଦେଇଥିଲେ।
ଘଟଣା ପରଠୁ ମୃତ ନାବାଳକଙ୍କ ମାମୁଁ ଓ ଆଇ ଅଭିଯୋଗ କରିଥିଲେ ଯେ ବାପା ହିଁ ହତ୍ୟାକାରୀ। ଘଟଣାକୁ ଗୁରୁତର ସହ ନେଇ ନିଜେ ନୟାଗଡ ଏସପି ମାମଲାର ତଦନ୍ତ କରୁଥିଲେ। ଆଜି ବାପା ଦୁଇ ପୁଅଙ୍କୁ ହତ୍ୟା କରିଥିବା ସ୍ବୀକାର କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି। ହତ୍ୟା ଓ ପ୍ରମାଣ ନଷ୍ଟ କରିବାରେ ଜେଜେମାଆ ସାହାଯ୍ୟ କରିଥିବାରୁ ପୋଲିସ ତାଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ହତ୍ୟା ଘଟଣାର ତଦନ୍ତ ବର୍ତ୍ତମାନ ବି ଜାରି ରହିଛି । ଘଟଣାରେ ଅନ୍ୟ କାହାରି ସଂପୃକ୍ତି ଥିଲେ ସେମାନେ ବି ଗିରଫ ହେବେ । ଏହି ହତ୍ୟା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ହତ୍ୟା ଘଟଣାର ତଦନ୍ତ ବର୍ତ୍ତମାନ ବି ଜାରି ରହିଛି। ଘଟଣାରେ ଅନ୍ୟ କାହାରି ସଂପୃକ୍ତି ଥିଲେ ସେମାନେ ବି ଗିରଫ ହେବେ।
ଦୁଇ ନାବାଳକଙ୍କ ମୃତ୍ୟୁ ଘଟଣାରେ ନୂଆମୋଡ଼: ଦୁଇଜଣଙ୍କୁ ବାପା ହତ୍ୟା କରିଥିବା ଅଭିଯୋଗ ଆଣିଲେ ଆଈ