ଧାର ଟଙ୍କା ପାଇଁ ବୋମା ମାଡ଼: ସାନ ଭାଇର ବୋମା ମାଡ଼ରେ ବଡ଼ ଭାଇ ମୃତ

ନୟାଗଡ଼: ଧାର ଟଙ୍କା ପାଇଁ ଭାଇ ହେଲା ବଇରୀ । ସାନଭାଇର ବୋମା ମାଡ଼ରେ ବଡ଼ଭାଇ ମୃତ । ଅଭିଯୁକ୍ତ ସାନ ଭାଇ ଗିରଫ ତା’ଠାରୁ ୪ଟି ଅଫୁଟା ବୋମା ଜବତ । ଘଟଣା ଘଟିଛି ନୟାଗଡ଼ ଓଡ଼ଗାଁ ମାଣିକପାଟଣା ଛକଠାରେ । ସାନ ଭାଇର ବୋମା ମାଡ଼ରେ ଗୁରୁତର ଆହତ ହୋଇଥିବା ବଡ଼ ଭାଇର ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

ଘଟଣାରେ ପୋଲିସ ଅଭିଯୁକ୍ତ ସାନ ଭାଇ ଚକ୍ରଧର ନାୟକ ଏବଂ ତାର ସହଯୋଗୀ ମନୋଜ ମହାରଣାକୁ ଗିରଫ କରିବା ସହ ୪ଟି ଅଫୁଟା ବୋମା ସମେତ ଏକ ବାଇକ ଜବତ କରିଛି । ଗତକାଲି ସନ୍ଧ୍ୟାରେ ଧାର ଟଙ୍କାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ଏବଂ ପରେ ଧମକ ଦେବା ଆରମ୍ଭ ହେବା ପରେ ସାନଭାଇ ରାଗି ଯାଇ ଭାଇକୁ ଜୀବନରୁ ମାରିଦେବାକୁ ଯୋଜନା କରିଥିଲା । ସାଙ୍ଗ ମନୋଜ ମହାରଣାଠାରୁ ବୋମା ଆଣି ବଡ଼ଭାଇ ପଦ୍ମନାଭ ଯାଉଥିବା ବେଳେ ତା ଉପରକୁ ଫୋପାଡିଥିଲା । ବୋମା ମାଡ଼ରେ ବଡ଼ଭାଇ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ଏଥିସହିତ ପଢ଼ନ୍ତୁ: ଆସନ୍ତା ୧୦ ତାରିଖରୁ ରାଜ୍ୟରେ ବଢ଼ିବ ଶୀତ: ୨ରୁ୩ ଡିଗ୍ରୀ କମିବ ତାପମାତ୍ରା

Leave a Reply