ଭିଜିଲାନ୍ସ ଜାଲରେ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ, ଘରୁ ୨ ଲକ୍ଷ ୭୪ ହଜାର ଟଙ୍କା ଜବତ

Nayagarh ACSO Jayanta Kumar Das In Vigilance Net

ନୟାଗଡ଼: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ଜୟନ୍ତ କୁମାର ଦାସ । ଜୟନ୍ତଙ୍କ ବାସଭବନ ସମେତ ୫ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ରେଡ୍ ବେଳେ ନଗଦ ୨ ଲକ୍ଷ ୭୪ ହଜାର ୭୫ ଟଙ୍କା ସହ ଗୋଟିଏ ଚାରି ଚକିଆ ଗାଡ଼ି ଓ ୩ଟି ବାଇକ୍ ଜବତ ହୋଇଛି । ନୟାଗଡ଼ ଜିଲ୍ଲା ଲେଙ୍କୁଡିପଡ଼ାରେ ୪ ମହଲା ବିଶିଷ୍ଟ କୋଠା, ଓଡ଼ଗାଁ ଗାନ୍ଧିସାହି ଲେନ୍‌ରେ ୨ ମହଲା କୋଠା, ପୈତୃକ ଗାଁ ବିରୁଡ଼ାରେ ଥିବା ଘରେ ରେଡ୍ କରିଛି ଭିଜିଲାନ୍ସ ।

Nayagarh ACSO Jayanta Kumar Das In Vigilance Net

ନୟାଗଡ଼ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ଜୟନ୍ତ ଦାସଙ୍କ ନୟାଗଡ଼ ଟାଉନ ସ୍ଥିତ ଅଫିସ କାର୍ଯ୍ୟାଳୟରେ ମଧ୍ୟ ଚଢାଉ ହୋଇଛି । ଚଢାଉରେ ୪ ଜଣ ଡିଏସପି, ୮ ଇନସ୍ପେକ୍ଟର, ଜଣେ ଏସଆଇ, ୪ଜଣ ଏଏସଆଇ ସାମିଲ ହୋଇଛନ୍ତି । ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟ ପକ୍ଷରୁ ସର୍ଚ୍ଚ ୱାରେଣ୍ଟ ଜାରି ପରେ ଚଢ଼ାଉ କରାଯାଇଛି ।

Nayagarh ACSO Jayanta Kumar Das In Vigilance Net

ନୟାଗଡ଼ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ଜୟନ୍ତ ଦାସଙ୍କ ବିରୋଧରେ ନିମ୍ନମାନର ଚାଉଳ ଓ ଗହମ ଯୋଗାଣ ସହ ଅର୍ଥ ହଡ଼ପ, ମିଲରମାନଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ, ଯୋଗାଣ ବିଭାଗର ଟେଣ୍ଡର ଫିକ୍ସିଂ କରିବା ଭଳି ବହୁ ଅଭିଯୋଗ ହୋଇଥିଲା ।

Leave a Reply