ମହଙ୍ଗା ପଡ଼ିଲା ନାବାଳକଙ୍କୁ ବାଇକ ଚଳାଇବା, ୩ଟି ଗାଡ଼ିରେ ୭୫ ହଜାର ଟଙ୍କା ଫାଇନ୍ କାଟିଛି RTO

1 min read

ନୟାଗଡ଼: ନାବାଳକଙ୍କୁ ବାଇକ ଚଳାଇବା ପଡ଼ିଲା ମହଙ୍ଗା । ନୟାଗଡ଼ RTO ଧରପଗଡ଼ ବେଳେ ଧରାପଡ଼ିଲେ ନାବାଳକ l ଦୁଇଚକିଆ ଯାନ ଚଳାଉଥିବା ୩ଜଣ ନାବାଳକଙ୍କୁ ଫାଇନ କାଟିଛି ନୟାଗଡ଼ RTO l ଜଣଙ୍କୁ ୨୫ ହଜାର ଲେଖାଏଁ ୩ ଜଣଙ୍କୁ ମୋଟ ୭୫ ହଜାର ଟଙ୍କା ଫାଇନ କଟିଛି RTO । ଏହା ସହ ୩ଟି  ଦୁଇଚକିଆ ଗାଡ଼ିକୁ ଜବତ କରିଛି ନୟାଗଡ଼ RTO l ନୟାଗଡ଼ ସହର ଭିତରେ ଥିବା ଦୁଇଟି ଶିକ୍ଷାନୁଷ୍ଠାନ ନିକଟରେ ବିଭାଗ ପକ୍ଷରୁ ଚେକିଂ ଚାଲିଥିବା ବେଳେ ୩ ନାବାଳକ ଧରା ପଡ଼ିଛନ୍ତି l ୨ଟି ସ୍କୁଟି ଏବଂ ଗୋଟିଏ ବାଇକକୁ ଜବତ ସହ କେସକୁ କୋର୍ଟ ଫରୱାର୍ଡ କରାଯିବ ବୋଲି RTO କହିଛନ୍ତି l ସେହି ଅନୁସାରେ ବାପା ଓ ମା’ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି l