ଚାରି ଜଣଙ୍କୁ ହତ୍ୟା କରି ଝୁଲାଇଦେଲେ ମାଓବାଦୀ, ଦୁଇଟି ଘରକୁ ଡ଼ିନାମାଇଟରେ ଉଡାଇଦେଲେ

ପାଟନା: ବିହାର ଗୟାରେ ମାଓବାଦୀଙ୍କ ବର୍ବରକାଣ୍ଡ । ଗୋଟିଏ ପରିବାରର ୪ ସଦସ୍ୟଙ୍କୁ ହତ୍ୟା କଲେ ମାଓବାଦୀ । ଗୟା ଅନ୍ତର୍ଗତ ଦୁମାରିଆସ୍ଥିତ ମାନୁଓ୍ବାର ଗ୍ରାମରେ ୪ ସଦସ୍ୟଙ୍କୁ ଫାଶୀ ଦେଇ ସେମାନେ ହତ୍ୟା କରିଛନ୍ତି । ପ୍ରାୟ ୨୫ ଜଣ ସିପିଆଇ ମାଓବାଦୀ କର୍ମୀଙ୍କ ଦ୍ବାରା ଏହି ହତ୍ୟାକାଣ୍ଡ ସଂଗଠିତ ହୋଇଛି । ଏହା ସହ ସେମାନେ ୨ଟି ଘରକୁ ଡିନାମାଇଟ ଲଗାଇ ଉଡାଇ ଦେଇଛନ୍ତି ।

ଗତ ସପ୍ତାହରେ ଘଟିଥିବା ପୋଲିସ ଆକ୍ରମଣ ପ୍ରତିବାଦରେ ସେମାନେ ଏହି ନାରକୀୟ କାଣ୍ଡ ଘଟାଇଛନ୍ତି । ଘଟଣା ଘଟିବା ପରେ ସେଠାକୁ ସିଆରପିଏଫ, କୋବ୍ରା ବାହିନୀ ଓ ପୋଲିସ ପହଞ୍ଚି ଘଟଣାର ଅନୁସନ୍ଧାନ କରୁଛନ୍ତି । ମାଓବାଦୀମାନେ ଘଟଣା ଘଟାଇବା ପରେ ପୋଷ୍ଟର ଛାଡି ଚାଲିଯାଇଛନ୍ତି ।

Leave a Reply